କିଛି ଦିନ ତଳେ ଯେପରି ଭାବରେ ମହାରାଷ୍ଟର ପାଲଘରଠାରେ ହିନ୍ଦୁ ସାଧୁଙ୍କ ଉପରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା ଏବେ ପୁଣି ସେଭଳି ଶୈଳିରେ ଆକ୍ରମଣ ହୋଇଛି । ମହାରାଷ୍ଟ୍ରର ସାଙ୍ଗିଲରେ ଚାରି ଜଣ ସାଧୁ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କ ଉପରେ ଚୋରୀ ଅଭିଯୋଗ ଆଣି ଆକ୍ରମଣ କରିଛନ୍ତି । ସେହି ଅଂଚଳସବୁ ଖ୍ରୀଷ୍ଟିଆନ ବହୁଳ ଅଂଚଳ ।
ସାଧୁମାନେ ସମସ୍ତେ କର୍ଣ୍ଣାଟକର ବିଜାପୁର ଯାଉଥିଲେ । ସେମାନେ କନ୍ନଡ ଜାଣିଥିଲେ କିନ୍ତୁ ମରାଠା ଜାଣିନଥିଲେ । ସେମାନେ ଏକ ମନ୍ଦିରରେ ବିଶ୍ରାମ ନେଉଥିଲେ । ଯେଉଁଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ପୁର୍ବରୁ ପାଲଘରରେ ଯେମିତି ଭାବରେ ଆକ୍ରମଣ ହୋଇଥିଲା ଏବେ ମଧ୍ୟ ସେହି ସମାନ ଢଙ୍ଗରେ ଆକ୍ରମଣ ହୋଇଛି ଓ ସମାନ କାରଣ ର୍ଦଶାଯାଉଛି । ଯାହା ଜଣାପଡୁଛି ଏହା କିଛି ହିନ୍ଦୁ ବିରୋଧୀ ଶକ୍ତିମାନଙ୍କର ଚକ୍ରାନ୍ତ ସେହି ଅଂଚଳରେ ବାବାମାନଙ୍କୁ ଆକ୍ରମଣ କରିବା ପାଇଁ ।
ଏହି ଘଟଣାରେ ପୋଲିସ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରିସାରିଛି ।