The Independence:Pipili-Byelection-Results-Analysis-Odisha-Political-trends

 ୨୦୧୯ ସାଧାରଣ ନିର୍ବାଚନ ପରେ ପିପିଲିରେ ହୋଇଥିବା ଉପନିର୍ବାଚନ ହେଉଛି ଚତୁର୍ଥ ଉପନିର୍ବାଚନ । ଆଗରୁ ତିନୋଟି ଉପନିର୍ବାଚନ ହୋଇଥିଲା ବିଜେପୁରରେ, ବାଲେଶ୍ୱରରେ ଏବଂ ତିର୍ତୋଲରେ । ସେହିପରି ୨୦୧୯ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ହୋଇପାରିନଥିବା ପାଟକୁରା ଆସନରେ ବି ନିର୍ବାଚନ ହୋଇଥିଲା । ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହୋଇଥିବା ସମସ୍ତ ଉପନିର୍ବାଚନ ଓ ପାଟକୁରା ନିର୍ବାଚନରେ ଶାସକ ବିଜେଡି ହିଁ ଜିତିଛି । ପ୍ରାୟ ଦେଖିବାକୁ ଗଲେ ଏହି ସମସ୍ତ ପାଂଚୋଟି ଯାକ ନିର୍ବାଚନର ଫଳାଫଳ ବା ଜନମତରେ ଟ୍ରେଣ୍ଡ ଯାହା ଆସୁଛି ତାହା ପ୍ରାୟତଃ ଏକା ପ୍ରକାରର । 

ଶାସକ ବିଜେଡି (Biju Janata Dal) ଆଗରେ, ବିଜେପି (BJP) ସେମାନଙ୍କୁ କଡା ଟକ୍କର ଦେଉଛି ଓ କଂଗ୍ରେସ ଧୁଳିସାତ ହେଉଛି । ସମସ୍ତ ୫ଟି ଯାକ ଆସନରେ ପାଖାପାଖି ଗୋଟିଏ ହାରରେ ରାଜନୈତିକ ଦଳମାନେ ଭୋଟ ପାଇବା ମଧ୍ୟ ପରିଲକ୍ଷିତ ହେଉଛି । ଏଥିରୁ ବୁଝାପଡୁଛି ଯେ ଓଡିଶାର ପାଖାପାଖି ୫୦% ଭୋଟର ଶାସକ ବିଜେଡିର ସପକ୍ଷରେ ଅଛନ୍ତି ବା ଅନ୍ୟ ବିରୋଧୀ ଦଳମାନଙ୍କୁ ଭରଷା କରିପାରୁନାହାନ୍ତି । ସେମାନେ ଯେ ବିଜେଡି ଶାସନରେ ଖୁସି ଅଛନ୍ତି ସେପରି କୁହାଯାଇପାରିବ ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ହିଁ ସେମାନଙ୍କର ଏକମାତ୍ର ପସନ୍ଦ ତାହା କୁହଯାଇପାରିବ । 

ବିରୋଧୀଙ୍କ ପାଖରେ ସେଭଳି ଚେହେରା ନଥିବା ଏହାର କାରଣ ହୋଇପାରେ । ବାକି ଯେଉଁ ୫୦% ରହିଲେ ସେଥିରୁ ବିଜେପିକୁ ପାଖାପାଖି ୪୦%ର ସମର୍ଥନ ମିଳୁଛି ଓ ବାକି ୧୦% ରେ କଂଗ୍ରେସ (Odisha Congress) ଓ ଅନ୍ୟମାନେ ସୀମିତ ରହୁଛନ୍ତି । ତେଣୁ ବିଜେପି ଏବଂ ବିଜେଡି ଭିତରେ ଯେଉଁ ଫରକଟା ଅଛି ତାହା ହେଉଛି ପାଖାପାଖି ୧୦%ର । ଏହାର ମାନେ ହେଲା ଯେ ବିଜେପିକୁ ଆଉ ୫% ଭୋଟ ହାତେଇଲେ ବା ବିଜେଡି ଆଉ ୫% ହରେଇଲେ ଫଳାଫଳ ଓଲଟି ପାରେ । କିନ୍ତୁ ଏହି ୫% ସଂଖ୍ୟା କିଛି କମ ନୁହେଁ ଓ ବହୁତ ସହଜ ମଧ୍ୟ ନୁହେଁ ।

ପିପିଲିରେ ବିଜେପି (Odisha BJP) ୭୬ ହଜାର ଭୋଟ ପାଇବାର ଅର୍ଥ ହେଉଛି ତୃଣମୁଳ ସ୍ତରରେ ଲୋକେ ଚାହିଁଛନ୍ତି ବିଜେପିକୁ ବା ଏକ ବଡ ବର୍ଗର ଜନସଂଖ୍ୟା ଶାସକ ଦଳକୁ ପ୍ରତ୍ୟାଖାନ କରୁଛନ୍ତି । ଗତ ନିର୍ବାଚନ ଅପେକ୍ଷା ଭୋଟିଙ୍ଗ ବଢିଛି ୭ ହଜାର । କିନ୍ତୁ ବିଜୁ ଜନତା ଦଳର (BJD) ଭୋଟ ବଢିଛି ୮ ହଜାର ଓ ବିଜେପିର ଭୋଟ ବଢିଛି ୩ ହଜାର । ତାମାନେ ଉଭୟ ଦଳର ସମର୍ଥନ ବଢିଛି କିନ୍ତୁ ବିଜେଡିର ଅଧୀକ ବଢିଛି ଓ କଂଗ୍ରେସର ଭୋଟ ଉଭୟଙ୍କ ପଟକୁ ଯାଇଛି କିନ୍ତୁ ବିଜେଡିକୁ ଅଧିକ ଯାଇଛି । ବିଜେଡିର ନିର୍ବାଚନ ଲଢିବାର ରଣନୀତି ଅଧିକ ପରିପକ୍ୱ ଅଛି ଓ ଲୋକଙ୍କ ସହିତ ଭୋଟିଙ୍ଗ କରାଇବାରେ ଆବଶ୍ୟକ ହେଉଥିବା ସର୍ମ୍ପକ ସ୍ଥାପନାରେ ସେମାନେ ଆଗରେ ଅଛନ୍ତି । ଏଥିପାଇଁ କେବଳ ପାର୍ଥୀ ନୁହେଁ ବଂର ସାମଗ୍ରୀକ ଭାବରେ ଦୁଇଟି ଯାକ ରାଜନୈତିକ ଦଳ ଦାୟୀ । 

ଆଗରୁ ବିଜେପି ରାଜ୍ୟରେ କ୍ୟାଡର ଭିତିକ ଦଳଭାବରେ ମନାଯାଉଥିଲା ଯେଉଁଠି ବିଜେଡି କଂଗ୍ରେସ ନେତା ଆଧାରିତ ଦଳ କୁହାଯାଉଥିଲା । କିନ୍ତୁ ଏବେ ବିଜେଡି ଯେ ଏକ କ୍ୟାଡର ଭିତିକ ଦଳ ପାଲଟିଗଲାଣି ଏକଥା ମାନିବାକୁ ପଡିବ । ବିଜେଡିର ସାଙ୍ଗଠନିକ ରଣନୀତିରେ ପରିବର୍ତନ ବିଜେଡିକୁ ତୃଣମୁଳ ସ୍ତରରେ ଆହୁରି ମଜବୁତ କରିପାରେ । 

ଆଉ ଗୋଟିଏ ବିଷୟ ହେଲା ଯେ ପିପିଲିରେ ଅନେକ ସମସ୍ୟା ଯେପରିକି ଫନି, ଫାଇଲିନ କ୍ଷତିପୁରଣ ଲୋକମାନଙ୍କୁ ନମିଳିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନମିଳିବା, ଜଳସେଚନରେ ବିଫଳତା, ଆଇନ ଶୃଙ୍ଖଳା ଆଦି ସମସ୍ୟା ନିର୍ବାଚନରେ ବିଜେପିର ପ୍ରସଙ୍ଗ ଥିଲା । ଏଗୁଡିକ ବି ଲୋକମାନଙ୍କୁ ପ୍ରଭାବିତ କରୁଥିଲା । 

କିନ୍ତୁ ତଥାପି ବି ବିଜେଡି ଜିତି ପାରିଲା । ଏହାର ଅର୍ଥ ହେଉଛି ଲୋକଙ୍କ ସମସ୍ୟା ନିର୍ବାଚନରେ ଯେତିକି ନିର୍ଣ୍ଣାୟକ ଭୂମିକା ନେଉନାହିଁ, ନିର୍ବାଚନ ସମୟରେ ପ୍ରଚାର ଓ ପରିଚାଳନା ବଡ ଭୂମିକା ନେଉଛି । ହଁ ସରକାରୀ ଦଳ ପାଖରେ ସୁଯୋଗ ରହୁଛି ଯେ ସେମାନେ ପ୍ରତିଶୃତି ଦେଇପାରୁଛନ୍ତି ଲୋକଙ୍କୁ କିନ୍ତୁ ବିରୋଧୀ ଦଳ କେବଳ ସରକାରୀ ଦଳକୁ ଗାଳି କରିବାରେ ସୀମିତ ରହିଯାଉଛନ୍ତି । ନିର୍ବାଚନ ରଦ୍ଦ ହେବା ପରେ ଯେଉଁ ସମୟ ଅବଧୀ ମିଳିଲା କିଛି ମଙ୍କସର ସରକାରୀ ଦଳ ତାହାକୁ ସରକାରୀ ବ୍ୟବସ୍ଥାରେ ଯାହା କରାଯାଇପାରେ ସେଥିରେ ବିନିଯୋଗ କରିଛନ୍ତି । ଅନେକ ଲୋକଙ୍କୁ ପକ୍କାଘରର ପ୍ରତିଶୃତି ମିଳିଲା, ବାତ୍ୟା କ୍ଷତିପୁରଣର ଭରଷା ମିଳିଲା । ଯାହା ଏକ ବଡ ଭୁମିକା ଗ୍ରହଣ କରିଲା । 

ପିପିଲି ଫଳ (Pipili Elelction Result) ବିଜେଡିକୁ ଆଗକୁ ବଢିବାର ଶକ୍ତି ଯୋଗାଇଥିବା ବେଳେ ବିଜେପିକୁ ଆତ୍ମସମୀକ୍ଷା ପାଇଁ ସୁଯୋଗ ସୃଷ୍ଟି କରୁଛି । କାହିଁକି ସେମାନେ ଲୋକଙ୍କର ସମର୍ଥନ, ଶାସକ ଦଳର ଭୁଲ ଭୋଟକାକୁ ଭୋଟରେ ପରିବର୍ତନ କରିପାରୁନାହାନ୍ତି ତାହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ହଁ ବିଜେପିର କ୍ରମାଗତ ଶକ୍ତି ବୃଦ୍ଧି ଆଗାମୀ ଦିନରେ ବିଜେଡି ପାଇଁ ଆହ୍ୱାନ ଏକଥା ସ୍ପଷ୍ଟ । ଯଦିଓ ବିଜେଡି ଏବେ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛି ଯେ ବିନା ନବୀନରେ କେମିତି ନିର୍ବାଚନ ଲଢାଯିବ, ଯାହାର ପ୍ରଥମ ଝଲକ ଥିଲା ପିପିଲି । 

ସେମାନେ ପିପିଲିରେ ବିନା ନବୀନରେ (Naveen Patnaik) ସଫଳ ହୋଇଛନ୍ତି ଏକଥା ସତ । କିନ୍ତୁ ଏବେ ବି ନବୀନ ବାବୁ ହିଁ ମୁଖ୍ୟମନ୍ତ୍ରୀ ଅଛନ୍ତି ଓ ଭୋଟ ତାଙ୍କ ନାଁରେ ଲୋକମାନେ ବିଜେଡିକୁ ଦେଉଛନ୍ତି । ଯଦି ବିଜେଡିର କିଛି ଭିତର ମହଲର ବରିଷ୍ଠ ନେତାଙ୍କର କଥାକୁ ସତ ବୋଲି ମନାଯାଏ ତାହେଲେ ୨୦୨୪ ନିର୍ବାଚନ ବେଳକୁ ହୁଏତ ବୟସାଧୀକ କାରଣ ଓ ଅନ୍ୟ କିଛି କାରଣ ପାଇଁ ନବୀନ ବାବୁ ନିର୍ବାଚନର ମଙ୍ଗ ନସମ୍ଭାଳିପାରନ୍ତି ବା ମୁଖ୍ୟମନ୍ତ୍ରୀ ପାଇଁ ଇଛୁକ ନହୋଇପାରନ୍ତି । ସେତେବେଳେ ବିଜେଡି ବିନା ନବୀନରେ ନିର୍ବାଚନ କେତେ ସଫଳରେ ପାରି ହୋଇପାରିବ ତାହା ଦେଖିବା କଥା ।

ବିଜେପିର ବଡ ବଡ ନେତାମାନଙ୍କର ପ୍ରଚାରରେ ଜନସମର୍ଥନ ଦେଖିବାକୁ ମିଳୁଛି । କିନ୍ତୁ ତାହା ଜିତିବା ପାଇଁ ଯେତିକି ଭୋଟ ଆବଶ୍ୟକ ସେହି ପର୍ଯ୍ୟନ୍ତ ପହଚିଂପାରୁନାହିଁ । ନିର୍ବାଚନ ର‌୍ୟାଲି କରିବା, ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ଅଲଗା କିନ୍ତୁ ତୃଣମୂଳ ସ୍ତରରେ ତାହାକୁ ଭୋଟରେ ପରିବର୍ତନ କରିବା ଅଲଗା ଏକଥା ସେମାନେ ପୁନ୍ନଚିନ୍ତନ କରିବା ଉଚିତ୍ । ପରବର୍ତୀ ରଣନୀତି ବିଜେପିର ତୃଣମୂଳ ସ୍ତରରେ ହେବା ଦରକାର ଓ ସେମାନଙ୍କୁ ଆଉ ଆବଶ୍ୟକ ପଡୁଥିବା ୫%ରୁ ୧୦% ଭୋଟ ପାଇଁ ହେବା ଦରକାର ।

ସବୁଠାରୁ ବୃହତ ସମସ୍ୟାରେ ପଡିଛି କଂଗ୍ରେସ । ଦଳ ଭିତରେ ଅନ୍ତଃ କନ୍ଦଳ, କଂଗ୍ରେସ ଦଳର ସାରା ଦେଶରେ ବିପର୍ଯ୍ୟୟ ଏସବୁର ପ୍ରଭାବ ପଡୁଛି କଂଗ୍ରେସର ନେତା ଓ କର୍ମୀମାନଙ୍କର ଉପରେ । ଯାହା ଫଳରେ ସେମାନେ ନିଜ ଭୋଟକୁ ରଖିପାରୁନାହାନ୍ତି । ବିଜେଡି ଓ ବିଜେପିକୁ ପସନ୍ଦ କରୁନଥିବା କିଛି ଭୋଟରମାନେ ମଧ୍ୟ କଂଗ୍ରେସକୁ ଭୋଟ ଦେଉନାହାନ୍ତି । କାରଣ ଏହାଯେ କଂଗ୍ରେସକୁ ଭୋଟ ଦେଲେବି କଂଗ୍ରେସ ଜିତିପାରିବନି ଏକଥା ସାଧାରଣରେ ବିଶ୍ୱାସ ପାଲଟି ଯାଇଛି । 

କେବଳ କିଛି ହାତଗଣତି ଆସନକୁ ଛାଡିଦେଲେ ବୋଧହୁଏ ଆଗାମୀ ନିର୍ବାଚନରେ ଅନେକ ଆସନରେ କଂଗ୍ରେସ ଦଳ ନିର୍ବାଚନ ଲଢିବା ଭଳି ସାମର୍ଥ୍ୟ ଥିବା ପାର୍ଥୀ ଦେବାରେ ସକ୍ଷମ ହେବ କି ନାହିଁ ତାହା ସନ୍ଦେହ । ତେଣୁ କଂଗ୍ରେସର ଡଙ୍ଗାରେ ଏତେ କଣା ହୋଇଯାଇଛି ଯେ ବର୍ତମାନ ଏଥିରେ ବସିଥିବା ଯାତ୍ରୀମାନେ ଏବେ ଡଙ୍ଗାକୁ ମରାମତି କରିବା ବା ପାଣି କାଢିବା ବଦଳରେ ଚାହୁଁଛନ୍ତି କିପରି ଏହି ଡଙ୍ଗାରୁ ବାହାରି ଆଉ କେଉଁ ଡଙ୍ଗାରେ ବସିପଡିବା ପାଇଁ ।

Author Image

Anil Biswal

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ