ସମାଜରେ ବର୍ଜ୍ୟବସ୍ତୁ ବା ମଇଳା ଯେପରି ଚିନ୍ତାର ବିଷୟ ହୋଇଛି ଏବେ ମହାକାଶରେ ସେମିତି ଚିନ୍ତାର ବିଷୟ ହୋଇଛି । ସମାଜରେ କାଚ, ପ୍ଲାଷ୍ଟିକ, ଲୁହା ପରି ଅନେକ ବର୍ଜ୍ୟବସ୍ତୁ ଦେଖାଦେଇଥାଏ । ସେହିପରି ମହାକାଶରେ ବର୍ଜ୍ୟବସ୍ତୁ ବା ମଇଳା କହିଲେ ସେଠାରେ ଉଡି ବୁଲୁଥିବା ନିଷ୍କ୍ରିୟ ଯନ୍ତ୍ରାଂଶ, ଅକାମୀ ଉପଗ୍ରହ, ଉପଗ୍ରହକୁ ନେଇ ମହାକାଶକୁ ଯାଉଥିବା ରକେଟର ଅଂଶବିଶେଷକୁ ବୁଝାଏ । କାରଣ ଉପଗ୍ରହକୁ ମହାକାଶକୁ ପରିବହନ କରି ନେଉଥିବା ରକେଟ ବା ଲଞ୍ଜ ଭେହିକିଲ ମୂଳ ଉପଗ୍ରହଠାରୁ ମହାକାଶରେ ଅଲଗା ହେବାପରେ ଉଡି ବୁଲନ୍ତି । ଏହାଛଡା ମହାକାଶ ଷ୍ଟେସନକୁ ଗବେଷଣା ଉପଯୋଗ ପାଇଁ ଯେଉଁ ସବୁ ସମାଗ୍ରୀ ପଠାଯାଇଥାଏ ସେସବୁ ପରେ ଅଦରକାରୀ ହୋଇପଡେ ।
ଯୋଗାଯୋଗ, ଶିକ୍ଷା, ଗବେଷଣାଠାରୁ ସୁରକ୍ଷା ପାଇଁ ଏବେ ବିବିଧ ପ୍ରକାରର ଉପଗ୍ରହ ସବୁମାସ ମହାକାଶକୁ ପଠାଯାଉଛି । ଫଳରେ ସବୁମାସ ମଇଳା ପରିମାଣ ବଢିବାରେ ଲାଗିଛି । ଏକଥା ସତ ଯେ ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଏହି ଯନ୍ତ୍ରାଶଂଗୁଡିକ ସ୍ୱୟଂ ପୋଡି ହୋଇ ନଷ୍ଟ ହୋଇଥାଏ । ତଥାପି ଅନେକ ଅଂଶ ନଷ୍ଟ ନହୋଇ ନିୟନ୍ତ୍ରଣହୀନ ଭାବେ ଘୂରି ବୁଲୁଥାନ୍ତି । କିନ୍ତୁ ଏହି ପ୍ରକ୍ରିୟା ଚାଲିବା ସମୟରେ ସେହି ମଇଳାଗୁଡିକ ଅନ୍ୟ ଉପଗ୍ରହ କିମ୍ବା ମହାକାଶ ଗବେଷଣା କେନ୍ଦ୍ର ସହିତ ମାଡ ହୋଇ କ୍ଷତି କରିଥାନ୍ତିି । ମହାକାଶର ମଇଳା ପାଇଁ ପ୍ରତିବର୍ଷ ଅନ୍ତତଃ ପକ୍ଷେ ଗୋଟିଏ ଉପଗ୍ରହ ନଷ୍ଟ ହେଉଛି । ୨୦୧୪ରେ ଏହି କାରଣରୁ ଗୋଟିଏ ବର୍ଷରେ ମହାକାଶ ଗବେଷଣା କେନ୍ଦ୍ରକୁ (ସ୍ପେସଷ୍ଟେସନ) ତିନିଥର ସ୍ଥାନ ବଦଳାଇବାକୁ ପଡିଥିଲା । ଗତ କିଛି ମାସ ତଳେ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡର ଲୋକେ ମହାକାଶରେ ଜଳନ୍ତା ବସ୍ତୁ ଅଗ୍ରସର ହେଉଥିବାର ଦେଖିବାକୁ ପାଇଥିଲେ । ଏହା ଚୀନର ଏକ ରକେଟର ଅଂଶବିଶେଷ ରହିଥିଲା ।
ସମୁଦ୍ରପ ନଠାରୁ ଉପରକୁ ୧୦୦କି.ମି ଅ ଳକୁ କାରମାନ ଲାଇନ କୁହାଯାଏ । ଆମେରିକାର ନାସା ଏବଂ ବାୟୁସେନା ପୃଥିବୀର ଉପରକୁ ୮୦କିମି ଜଳବାୟୁ ମଣ୍ଡଳଠାରୁ ଅଧିକ ଉପର ଅ ଳକୁ ମହାକାଶ ଭାବେ ଗ୍ରହଣ କରୁଛନ୍ତି । ଏହି ମହାକାଶରେ ଆଜି ମଇଳା ସଂଖ୍ୟା ଦେଖିଲେ ରୁଷିଆ (୭୦୩୨), ଆମେରିକା (୫୨୧୬), ଚୀନ (୩୮୫୪), ଫ୍ରାନ୍ସ (୫୨୦), ଜାପାନ (୧୧୭), ଭାରତ (୧୧୪)ର ରହିଛି । ବ ର୍ମାନ ସମୟରେ ପୃଥିବୀର କକ୍ଷ ପଥରେ ପ୍ରାୟ ୨୦୦୦ ଉପଗ୍ରହ ଘୂରୁଛନ୍ତି । ପୃଥିବୀର କକ୍ଷପଥରେ ୩୦୦୦ମୃତ ଉପଗ୍ରହ ରହିଛନ୍ତି । ପୃଥିବୀର କକ୍ଷ ପଥରେ ଘ । ପ୍ରତି ୨୫୨୬୬ କିମି ବେଗରେ ଏହି ମଇଳାଗୁଡିକ ଘୂରି ବୁଲୁଛନ୍ତି । ହିସାବ ଅନୁଯାୟୀ ପ୍ରାୟ ୨୭୦୦୦ଖଣ୍ଡ ମଇଳା ମହାକାଶରେ ଥିଲାବେଳେ ତନ୍ମଧ୍ୟରୁ ୨୩୦୦୦ ଖଣ୍ଡ ବଲ୍ଠାରୁ ବଡ ଆକାରର । ଏହାଛଡା ଗୁଣ୍ଡ ପ୍ରାୟ ୧ ମିଲିମିଟରରୁ ବଡ ଆକାରର ୧୨୮ ମିଲିଅନ ଖଣ୍ଡର ଉପସ୍ଥିତି ରହିଛି । ୧୯୯୯ରେ ଇ ରନେସନାଲ ସ୍ପେସ୍ ଷ୍ଟେସନକୁ ୨୫ଥର ପାଇଁ ମଇଳାଖଣ୍ଡଠାରୁ ସୁରକ୍ଷା ପ୍ରଦାନ କରାଯାଇଥିଲା । ଏସବୁ ମାଡ ହୋଇ କ୍ଷୟକ୍ଷତି କରିବାର ସମ୍ଭାବନା ରହିଥିଲା ।
ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ, ଗବେଷଣା ପାଇଁ ଆନ୍ତର୍ଜାତିକ ସ୍ତରରେ ବାହ୍ୟ ଅନ୍ତରୀକ୍ଷ ସନ୍ଧି ରହିଛି । ଚନ୍ଦ୍ର ସହିତ ମହାକାଶରେ ରହିଥିବା ଅନ୍ୟ ଗ୍ରହଗୁଡିକ ସହ ବାହ୍ୟ ଅନ୍ତରୀକ୍ଷର ଉପଯୋଗ ବେଳେ ଦେଶଗୁଡିକୁ ନିୟନ୍ତ୍ରଣ କରିବାର ସିଦ୍ଧାନ୍ତ ଏଥିଲେ ଉଲ୍ଲେଖ ଅଛି । ଜାତିସଂଘ ୧୯୬୩ରେ ଏଥିପାଇଁ ସଂକଳ୍ପ ଗ୍ରହଣ କରିଥିଲା । ବ୍ରିଟେନ, ଆମେରିକା ଏବଂ ସୋଭିଏତ ରୁଷିଆ ୧୯୬୭ରେ ଏଥିରେ ସ୍ୱାକ୍ଷର କରିଥିଲେ । ୧୯ ଅକ୍ଟୋବର ୧୯୬୭ରେ ଏହି ସନ୍ଧି କାର୍ଯ୍ୟକାରୀ ହେଲା । ପରବ ର୍ୀ କାଳରେ ଭାରତ, ଚୀନ, ଜାପାନ ସହ ଅନେକ ରାଷ୍ଟ୍ର ଏଥିରେ ସ୍ୱାକ୍ଷର କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଲା ବାହ୍ୟ ଅନ୍ତରୀକ୍ଷର ଗବେଷଣା ଏବଂ ଉପଯୋଗ ସମୟରେ ସବୁଦେଶର କଲ୍ୟାଣ ଏବଂ ମାନବଜାତିର ଭଲପାଇଁ ଧ୍ୟାନ ଦିଆଯିବ । କୌଣସି ରାଷ୍ଟ୍ର ସାମୂହିକ ବିନାଶକାରୀ ଅସ୍ତ୍ର ପୃଥିବୀ, ଚନ୍ଦ୍ର କିମ୍ବା ଅନ୍ୟ କୌଣସି ଗ୍ରହର କକ୍ଷପଥରେ ସ୍ଥାପନ କରିପାରିବେ ନାହିଁ । ପୃଥିବୀ ଓ ଚନ୍ଦ୍ର ସମେତ ଅନ୍ୟ ଗ୍ରହର ଉପଯୋଗ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ କରାଯିବ ।
ଦେଶଗୁଡିକ ନିଜର ଅନ୍ତରୀକ୍ଷ ବସ୍ତୁ ପାଇଁ ହେଉଥିବା କ୍ଷତି ଲାଗି ଦାୟୀ ରହିବେ । ଦେଶଗୁଡିକ ଅନ୍ତରୀକ୍ଷ ଏବଂ ମହାକାଶର ହାନିକାରକ ପ୍ରଦୂଷଣ ବୃଦ୍ଧିରୁ ଦୂରେଇ ରହିବା ଆବଶ୍ୟକ । ମହାକାଶରେ କୌଣସି ରାଷ୍ଟ୍ର ପରମାଣୁ ଅସ୍ତ୍ରର ଉପଯୋଗ କରିପାରିବେ ନାହିଁ ବୋଲି କୁହାଯାଇଛି । କିନ୍ତୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରକ୍ଷେପଣରେ କୌଣସି କଟକଣା ରଖାଯାଇନାହିଁ , ଯାହାକି ଏହି ସନ୍ଧିର ଦୁର୍ବଳତାକୁ ସୂଚାଇଥାଏ । ଅନ୍ତରୀକ୍ଷରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଏବଂ ସୈନ୍ୟ ଉପଯୋଗ ବାହ୍ୟ ଅନ୍ତରୀକ୍ଷରେ ସୈନ୍ୟକରଣକୁ ବନ୍ଦ କରିବା ପାଇଁ ଜାତିସଂଘ ସାଧାରଣ ପାରୋସ ପ୍ରସ୍ତାବ (ବାହ୍ୟ ଅନ୍ତରୀକ୍ଷରେ ସୈନ୍ୟ ପ୍ରତିଯୋଗିତାର ନିରାକରଣ) ଆଣିଥିଲା । ବ ର୍ମାନର ଆଇନରେ ସୀମା ନିର୍ଦ୍ଧାରିତ ହୋଇଛି । ଜାତିସଂଘର ନିରସ୍ତ୍ରୀକରଣ ମ (କନଫରେନ୍ସ ଅନ୍ ଡିସ୍ଆର୍ମାମେ ) ଏ ଦିଗରେ କାର୍ଯ୍ୟ କରୁଛି ।
ଅନ୍ତରୀକ୍ଷ କୂଟନୀତି କ୍ଷେତ୍ରରେ ଭାରତ ଦୀର୍ଘଦିନ ହେବ କାର୍ଯ୍ୟ କରିଆସୁଛି । ୧୯୬୭ରେ ଇସ୍ରୋ ସ୍ଥାପନାର ପରଠାରୁ ଏହାର ଆରମ୍ଭ । ୧୯୭୫ରେ ଆର୍ଯ୍ୟଭଟ୍ଟ ଉପଗ୍ରହର ପ୍ରେରଣ ପରଠୁ ଦକ୍ଷିଣ ଏସିଆ ପାଇଁ ଜିସାଟ୍ -୯ ପର୍ଯ୍ୟାପ୍ତ ଅନେକଗୁଡିଏ ଉପଗ୍ରହକୁ ସଫଳତାର ସହ ମହାକାଶରେ ସ୍ଥାପନ କରାଯାଇଛି । ଭାରତ ସରକାର ମହାକାଶର ଉପଯୋଗ କୃଷି, ଯୋଗାଯୋଗ, ସ ।ର, ବିଜ୍ଞାନ, ଚିକିତ୍ସା, ସୁରକ୍ଷା, ପରିବହନ ଆଦି ବିବିଧ କ୍ଷେତ୍ର ପାଇଁ କରୁଛନ୍ତି । ଇ ରନେଟ ଆଧାରିତ ସେବା ପ୍ରଦାନ, ୫ଜି ଯୋଗାଯୋଗ ବ୍ୟବସ୍ଥା, ନାଭିକ ସୁରକ୍ଷା ବ୍ୟବସ୍ଥା ଆଦି ଅନେକ ସେବା ଲାଗି ଭାରତ ଉପଗ୍ରହର ବ୍ୟବହାର କରୁଛି । ଆମେରିକାର ଜିପିଏସ୍ ବଦଳରେ ୨୦୨୩ରୁ ଭାରତ ନାଭିକ ବ୍ୟବସ୍ଥାକୁ ମୋବାଇଲରେ ଉପଲବଧ କରିବା ଲାଗି ମୋବାଇଲ ନିର୍ମାତାମାନଙ୍କୁ କହିସାରିଛି ।
ପାକ୍ ଓ ଚୀନଠାରୁ ସୁରକ୍ଷା ପାଇଁ ଉପଗ୍ରହ ମାଧ୍ୟମରେ ସେନାଙ୍କ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ବ୍ୟବସ୍ଥା ସ୍ଥାପିତ ହୋଇଛି । ଭାରତରେ ସାଟେଲାଇଟ କମ୍ୟୁନିକେସନ ପଲିସି-୨୦୦୦, ରିମୋଟ ସେନ୍ସି ଡାଟା ପଲିସି (ସଂଶୋଧିତ) ୨୦୧୧, ଭାରତୀୟ ରାଷ୍ଟ୍ରୀୟ ସମ୍ବର୍ଦ୍ଧନ ଓ ପ୍ରାଧିକରଣ କେନ୍ଦ୍ର (ଓଘ-ଝଚଇଉଋ) କାର୍ଯ୍ୟକାରୀ ହୋଇଛି । ମହାକାଶ କ୍ଷେତ୍ରର ଦୁରୁପଯୋଗ ପାଇଁ ଆବଶ୍ୟକ ଆଇନର ଅଭାବ ରହିଛି । ପୃଥିବୀର ଦେଶଗୁଡିକ ମଧ୍ୟରେ ଆର୍ôଥକ ସମାନତା ନଥିବାରୁ ସମସ୍ତେ ଏ କ୍ଷେତ୍ରରେ ସୁବିଧା ପାଇପାରୁନାହାନ୍ତି । ସମ୍ବଳର ଦୁରୁପଯୋଗ କ୍ଷେତ୍ରରେ ନିୟନ୍ତ୍ରଣର ଅଭାବ ରହିଛି । ଅନ୍ତରୀକ୍ଷ ସୀମାର ମାନବୀକୃତ ବିବରଣର ଅଭାବ ରହିଛି । ବୃହତଶକ୍ତିମାନେ ଅନ୍ତରୀକ୍ଷର ଶସ୍ତ୍ରୀକରଣ ସୂଚନା ଦେଇସାରିଲେଣି । ମହାକାଶରୁ ପୃଥିବୀ ଉପରେ ଆକ୍ରମଣ ପାଇଁ ଯଦି ଏହି ଯୁଦ୍ଧଖୋର ରାଷ୍ଟ୍ରମାନେ ସ୍ୱତନ୍ତ୍ର ପ୍ଲାଟ ଫର୍ମ ପ୍ରସ୍ତୁତ କରନ୍ତି ତେବେ ତାହା ଜନସମାଜର ସ୍ଥିତି ପ୍ରତି ବିପଦର କାରଣ ହେବ ।
ବିଜ୍ଞାନର ପ୍ରଗତି, ଆଧୁନିକ ଗବେଷଣା, ରାଷ୍ଟ୍ରଗୁଡିକ ମଧ୍ୟରେ ପତିଆରାରେ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଥିବା ସ୍ଥଳେ ଏଥିପାଇଁ ଅଧିକରୁ ଅଧିକ ପରୀକ୍ଷା ହେଉଥିବା ଯୋଗୁ ମହାକାଶ କ୍ଷେତ୍ରରେ ଦିନକୁଦିନ ଅଧିକରୁ ଅଧିକ ମଇଳା ସୃଷ୍ଟି ହେବାରେ ଲାଗିଛି । ଆଗାମୀ ଦିନରେ ଆନ୍ତର୍ଜାତିକ ସ୍ପେସ ଷ୍ଟେସନର ମରାମତିରେ ମଣିଷ ସ୍ଥାନରେ ଜଷ୍ଟିନ ରୋବୋଟ ନିଯୁକ୍ତ କରିବାକୁ ଆମେରିକା ଚେଷ୍ଟା ଚଳାଇଛି । ହେଲେ ମଇଳାର ନିୟନ୍ତ୍ରଣ, ସୁରକ୍ଷିତ ଭାବେ ସେସବୁର ସଂଗ୍ରହ, ପରବ ର୍ୀ ସମୟରେ ସୁରକ୍ଷିତ ଭାବେ ସେସବୁ ନଷ୍ଟ କରିବା ଦିଗରେ ଏବେଠାରୁ ସଂଗଠିତ ପ୍ରୟାସ ହେବା ଉଚିତ୍ । ମଇଳା ହ୍ରାସ ପାଇଁ ନିରନ୍ତର ପ୍ରୟାସ ନହେଲେ ଆଗାମୀ ଦିନରେ ତାହା ପୃଥିବୀବାସୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩