କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା କାଲି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନକୁ ବନ୍ଦ ରଖାଯାଇଛି । ଫଳରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେନି କୌଣସି ଦର୍ଶନାର୍ଥୀ । ମାତ୍ର ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଯଥାରୀତି ସମ୍ପାଦିତ ହେବ । ଏହି ନୀତିକାନ୍ତି ସମ୍ପାଦନ ନିମନ୍ତେ କେବଳ ସେବାୟତ ମାନେ ମନ୍ଦିର ଭିତରକୁ ଯାଇପାରିବେ ।
ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତୀ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର ସୂଚନା ଦେଇଛନ୍ତି ।