The Independence:Rahul-Gandhi-Yogi-Adityanath-UP-Election-Fight-BJP-Congress

 ରାହୁଲ ଗାନ୍ଧୀଙ୍କ ଆକ୍ରମଣର କଡା ଜବାବ ଦେଲେ ଯୋଗୀ ଆଦିତ୍ୟନାଥ, କହିଲେ, “ଅପରାଧୀଙ୍କ ସାମ୍ରାଜ୍ୟ ଉପରେ ଯଦି ବୁଲଡୋଜର ଚଳାଇବା ଘୃଣା ତେବେ ଏହା ଅନବରତ ଜାରୀ ରହିବ” ।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଟ୍ୱିଟ ଯୋଗେ କରିଥିବା ଆକ୍ରମଣର କଡା ପ୍ରତି ଉତର ଦେଉଛନ୍ତି ଯୋଗୀ । ରାହୁଲ ଗାନ୍ଧୀ ତାଙ୍କୁ ଆକ୍ରମଣ କରିବାକୁ ଯାଇ ଫୁଲ ଟସ ପ୍ରଦାନ କରିଥିବା ବେଳେ ଯୋଗୀ ସେଥିରେ ଛକା ମାରି ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

କଂଗ୍ରେସର ସଭାପତି ତଥା କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ରାହୁଲ ଗାନ୍ଧୀ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ନ ନେଇ ତାଙ୍କୁ ଆକ୍ଷେପ କରି ଏକ ଟ୍ୱିଟ କରିଥିଲେ ।

ସେ ଟ୍ୱିଟ କରି କହିଥିଲେ ଯେ, ଜୋ ନଫରତ କରେ ବହ ଯୋଗୀ କୈସା, ଅର୍ଥାତ ଯିଏ ଘୃଣା କରେ ସେ କିପରି ଯୋଗୀ ? ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଅତ୍ୟନ୍ତ ଶାଳୀନତାର ସହ ଟ୍ୱିଟ ମାଧ୍ୟମରେ ଏହାର ଜବାବ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଫିସର ଆଧିକାରିକ ଟ୍ୱିଟର ଏକାଉଣ୍ଟରୁ ରାମ ଚରିତ ମାନସର ପଂକ୍ତି ଲେଖି ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଇଛନ୍ତି ।

ଯୋଗୀ ଲେଖିଛନ୍ତି, “ଜିହ୍ନ କେ ରହି ଭାବନା ଜୈସି, ପ୍ରଭୁ ମୁରତି ତିହ୍ନ ଦେଖି ତୈସୀ" । ଅର୍ଥାତ ଜଣେ ବ୍ୟକ୍ତି ଭଗବାନଙ୍କୁ ସେହି ପ୍ରକାର ଦେଖିଥାଏ ଯେପରି ତାର ଭାବନା ଓ ଭକ୍ତି ଭଗବାନଙ୍କ ପ୍ରତି ରହିଥାଏ । 

ଏହା ପରେ ଯୋଗୀ ଲେଖିଛନ୍ତି, “ଔର ହାଁ ଶ୍ରୀମାନ ରାହୁଲ ଜୀ! ଅପରାଧୀ ଓ ଉପଦ୍ରବୀ ମାନଙ୍କର ସାମ୍ରାଜ୍ୟ ଉପରେ ବୁଲଡୋଜର ଚଳାଇବା ଯଦି ଘୃଣା, ତେବେ ଏହି ଘୃଣା ଅନବରତ ଜାରୀ ରହିବ ।”

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଦେଶର ସବୁଠାରୁ ବଡ ରାଜ୍ୟ ଉତର ପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି । ଏହାକୁ ନେଇ ରାଜନୈତିକ ଦଳ ମାନେ କାମ କରିବା ଆରମ୍ଭ କରି ଦେଇଛନ୍ତି ।

ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓବୈସୀ ଭଳି ନେତା ମାନେ ମଧ୍ୟ ଉତର ପ୍ରଦେଶରେ ନିଜର ରାଜନୀତି ଚମକାଇବା ପାଇଁ ଲୋକ ମାନଙ୍କୁ ଉସୁକାଇବା ଓ ଅପମାନଜନକ ଟିପ୍ପଣୀ ଦେବାରେ ଲାଗିଛନ୍ତି ।

ଉତର ପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସବୁଠାରୁ ବଡ ପ୍ରସଙ୍ଗ ଥିଲା । ସମାଜବାଦୀ ପାର୍ଟିର ଶାସନ ହେଉ ବା ବହୁଜନ ସମାଜ ପାର୍ଟିର ଶାସନ ହେଉ ମାଫିଆ, ସମାଜ ବିରୋଧୀ ଅପରାଧୀ ଓ ଉପଦ୍ରବୀ ମାନଙ୍କର ଅଖଣ୍ଡ କ୍ଷମତା ରହୁଥିଲା । ହେଲେ ଯୋଗୀ ଆଦିତ୍ୟନାଥ ଶାସନରେ ଆସିବା ପର ଠାରୁ ଏପରି ଅପରାଧୀ ଓ ଉପଦ୍ରବୀ ବାହୁବଳୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ଫଳରେ ରାଜ୍ୟରେ ଲୋକ ମାନଙ୍କର ଶାସନ ବ୍ୟବସ୍ଥା ଉପରେ ବିଶ୍ୱାସ ବଢିଛି ।

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:Chhattisgarh-Raipur-municipality-Ganesh-Idols-in-garbage-truck-for-visarjan

ରାୟପୁରରେ ବର୍ଜ୍ୟବସ୍ତୁ ବାହନରେ ବୁହା ହେଲେ ଗଣେଶ, ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ

The Independence:Situation-of-Afghanistan-After-Taliban-capture-Drinking-Water-one-litre-three-thousands

ତାଲିବାନ ଅଧିକାରର ମାସକ ପରେ କଣ ରହିଛି ଆଫଗାନିସ୍ତାନର ସ୍ଥିତି ? ପାଣି ବୋତଲର ଦାମ ହେଲାଣି ତିନି ହଜାର ଟଙ୍କା, ଶାଗ ମାଛ ଦରରେ ଘର ଜିନିଷ ବିକୁଛନ୍ତି ଆଫଗାନୀ

The Independence:

ଯେଉଁ ଜାତି ନିଜ ଇତିହାସ ଓ ପରମ୍ପରାକୁ ଭୁଲି ଯାଏ, ସେହି ଜାତି ନିଜର ଭୂଗୋଳକୁ ରକ୍ଷା କରି ପାରି ନ ଥାଏ – ଯୋଗୀ ଆଦିତ୍ୟନାଥ

The Independence:Mob-Lynching-Deadly-attack-on-Dalit-Hindu-Youth-by-Minority-Violent-Mobs-in-Rajsthan

ରାଜସ୍ଥାନରେ ଦଳିତ ଯୁବକଙ୍କୁ ବିଶେଷ ସଂପ୍ରଦାୟ ଲୋକଙ୍କ ଦ୍ୱାରା ମବ ଲିଂଚି, ତିନି ଦିନ ପରେ ଶେଷରେ ଆଖି ବୁଜିଲା ଯୋଗେଶ

The Independence:Bangladesh-Islamists-destroy-Durga-Maa-Idols-Islamists-Fundamentalist-Attack-Hindu

ବଙ୍ଗଳାଦେଶରେ ପୁଣି ଥରେ ଇସଲାମୀ ଶକ୍ତିଙ୍କ ଆକ୍ରମଣ, ଦୂର୍ଗାପୁଜା ପାଇଁ ନିର୍ମାଣାଧୀନ ମା ଦୁର୍ଗାଙ୍କ ମୂର୍ତିକୁ ଭାଙ୍ଗିଲେ, ଭୟର ବାତାବରଣରେ ବଙ୍ଗଳାଦେଶୀ ହିନ୍ଦୁ

The Independence:Idols-constructed-for-Durga-Puja-vandalized-in-Bangladesh-Every-year-happening

Idols of Maa Durga constructed for Durga Puja vandalized in Bangladesh, every year repeats

The Independence:

ଘର ଭିତରେ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ, ୬୦୦ ଦିନ ମଧ୍ୟରେ କରି ନାହାନ୍ତି କୌଣସି ଯାତ୍ରା, କାରଣ କଣ ?

The Independence:Yogi-Adityanath-Cow-Slaughter-Cow-Protections

ଯୋଗୀ ସରକାରରେ ଗୋହତ୍ୟାକାରୀଙ୍କୁ କ୍ଷମା ନାହିଁ, ୧୭ ହଜାରରୁ ଉର୍ଧ ଗୋହତ୍ୟାକାରୀଙ୍କୁ ପଠାଗଲାଣି ଜେଲ, ଗୋଚାଳାଣକାରୀ ଥରହର

The Independence:Time-will-come-when-Article-370-35A-will-be-reinstated-Jammu-Kashmir-Mehbooba-Mufti

ପୁଣି ମେହବୁବା ମୁଫତି ଦେଖିଲେ ଦିବାସ୍ୱପ୍ନ, ଭବିଷ୍ୟତରେ ନିଶ୍ଚିତ ଭାବେ କାଶ୍ମୀରରେ ଲାଗୁହେବ ଅନୁଚ୍ଛେଦ ୩୭୦

The Independence:Rohingya-Jihadi-network-in-Assam-arrest-of-Indian-handlers-of-Rohingya-Case-transferred-to-NIA

ଦେଶରେ ରୋହିଙ୍ଗିଆ ନେଟବର୍କ ତିଆରି ପାଇଁ ବଡ ଷଡଯନ୍ତ୍ର, ରୋହିଙ୍ଗିଆଙ୍କ ପାଇଁ କାମ କରୁଥିବା ଲୋକ ଆସାମରେ ଗିରଫ ପରେ ବଡ ଖୁଲାସା, ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଗଲା

The Independence:Wasif-Jaffer-Stands-for-Pakistan-Cricket-Team-criticizes-England-Cricket-Board

ପୁଣି ବିବାଦ ଘେରରେ ଓଡିଶା କ୍ରିକେଟ ଟିମର କୋଚ ବାସିମ ଜାଫର, ପାକିସ୍ତାନ କ୍ରିକେଟ ବୋର୍ଡର ସମର୍ଥନରେ ଦେଲେ ବକ୍ତବ୍ୟ, ଇଂଲଣ୍ଡ କ୍ରିକେଟ ବୋର୍ଡକୁ ସମାଲୋଚନା

The Independence:Narcotics-Jihad-Odisha-Brown-Sugar

ଓଡିଶାରେ ହେଉଛି କି ନାକ୍ରୋଟିକସ ଜିହାଦ?

The Independence:Rashtra-Sevika-Samiti-Durga-Bahini

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ହିନ୍ଦୁତ୍ୱ ବିଚାରରେ ଅନୁପ୍ରାଣୀତ ମହିଳା ସଙ୍ଗଠନଙ୍କର ସେବା କାମ

The Independence:Why-How-Rahul-Gandhi-Choose-Navjot-Singh-Siddhu-Over-Captain-Amarinder-Singh

ପୁରୁଣା କ୍ୟାପଟେନଙ୍କ ଅପେକ୍ଷା ନୁଆ ଓପନର ସିଦ୍ଧୁ କାହିଁକି ରାହୁଲଙ୍କ ଗୁଡବୁକରେ? ଭାରତୀୟ ସେନା ପ୍ରତି ସମର୍ଥନ, ପାକିସ୍ତାନ ପ୍ରତି କଡା ବିରୋଧ ଅମରିନ୍ଦରଙ୍କୁ ପଡିଲାକି ମହଙ୍ଗା ?

The Independence:Kerala-Muslims-Protests-Narcotics-Jihad-Bishop

ବିଶପଙ୍କ ନାର୍କୋଟିକ୍ସ ଜିହାଦ ବକ୍ତବ୍ୟକୁ ଇସଲାମୀ ସଂସ୍ଥାର ବିରୋଧ, ଘର ସାମନାରେ ବିରୋଧ ପ୍ରଦର୍ଶନ, ବିଶପଙ୍କ ସମର୍ଥନରେ ଖ୍ରିଷ୍ଟିଆନ ଓହ୍ଲାଇଲେ ରାସ୍ତାକୁ

The Independence:Why-Dismantling-Hindutva-Organised-during-Taliban-Terrorism

ସାରା ବିଶ୍ୱ ତାଲିବାନର ଇସଲାମ ଆତଙ୍କବାଦକୁ ସମାଲୋଚନା କରୁଥିଲା ବେଳେ କାହିଁକି କରାଗଲା “ ଡିସମେଂଟଲାଙ୍ଗି ଗ୍ଲୋବାଲ ହିନ୍ଦୁତ୍ୱ”?

The Independence:Durga-Puja-Idol-Height-Restrictions-Odisha-Government

ଦୁର୍ଗା ମାଙ୍କର ଉଚ୍ଚତା ମାପିବେ ସରକାର?

The Independence:Rahul-Gandhi-Yogi-Adityanath-UP-Election-Fight-BJP-Congress

ରାହୁଲ ଗାନ୍ଧୀଙ୍କ ଫୁଲ ଟସରେ ଯୋଗୀ ଆଦିତ୍ୟ ନାଥ ମାରିଲେ ଛକା, କହିଲେ, “ଅପରାଧୀଙ୍କ ସାମ୍ରାଜ୍ୟ ଉପରେ ବୁଲଡୋଜର ଚଳାଇବା ଅନବରତ ଜାରୀ ରହିବ”

The Independence:Periyar--Dravida-Nadu-Separate-Country-Tamilnadu-Freedom-Fighter-Controversial

ସ୍ୱାଧୀନତା ଦିବସକୁ କଳା ଦିବସ କହୁଥିବା, ଅଲଗା ଦ୍ରାବିଡ ଦେଶ ଦାବି କରୁଥିବା ପେରିୟାରଙ୍କ ନାଁ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ

The Independence:Yogi-Adityanath-Ram-Mandir-Taliban-Fired-on-Kara-sevak-UP-Election

ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇବା ତାଲିବାନୀ ମାନସିକତା : ତୁଷ୍ଚିକରଣ ରାଜନୀତି ଉପରେ ଯୋଗୀ ଆଦିତ୍ୟନାଥଙ୍କ କଡା ପ୍ରହାର

The Independence:Yogi-Aditya-Nath-Azam-Khan

ବିବାଦୀୟ ନେତା ଆଜମ ଖାନକୁ ଯୋଗୀ ସରକାରଙ୍କ ବଡ ଝଟକା

The Independence:Seva-Bharati-hands-over-newly-constructed-houses-to-Bhiansa-victims

ତେଲେଙ୍ଗାନା ଭାଇସ୍ନା ଦଙ୍ଗାରେ ବାସହରା ହୋଇଥିବା ପରିବାରଙ୍କର ଘର ନିର୍ମାଣ କରିଲା ସେବା ଭାରତୀ

The Independence:Uttar-Pradesh-Government-declares-10-sq-km-area-Mathura-Vrindavan-teerth-sthal

ଯୋଗୀ ସରକାରଙ୍କ ବଡ ନିଷ୍ପତି, ମଥୁରା- ବୃନ୍ଦାବନର ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ୧୦ ବର୍ଗ କିମିକୁ ତୀର୍ଥ କ୍ଷେତ୍ର ଘୋଷଣା

The Independence:Kerala-bishop-claims-Muslims-have-launched-narcotics-jihad

ଲଭ ଜେହାଦ ସହ ଏବେ ନାର୍କୋଟିକ୍ସ ଜେହାଦ, କେରଳରେ ଅଣ ମୁସଲମାନ ଯୁବକ-ଯୁବତୀଙ୍କୁ କରାଯାଉଛି ଟାର୍ଗେଟ

The Independence:Know-About-Some-Unique-Idols-of-Lord-Ganseh

Know About Some Unique Idols of Lord Ganseh