ସବୁବେଳେ ଦେଶର କିଛି ତଥାକଥିତ ସେକୁଲାର, କିଛି ରାଜନୈତିକ ଦଳ ଯେପରିକି କଂଗ୍ରେସ ଦଳ, କିଛି ଲିବେରାଲ ବୁଦ୍ଧିଜିବିମାନେ କୁହନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ହେଉଛି ମହିଳା ବିରୋଧୀ ସଙ୍ଗଠନ । ନିକଟରେ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତଙ୍କୁ ମହିଳା ବିରୋଧୀବୋଲି ଆକ୍ଷେପ କରି ସାମାଜିକ ଗଣମାଧ୍ୟମରେ ହଟହଟା ହୋଇଥିଲେ । ଖାଲି ସେତିକି ନୁହେଁ ମହାତ୍ମା ଗାନ୍ଧୀଙ୍କୁ ଅଯଥାରେ ବିବାଦରେ ପୁରାଇବା ପାଇଁ ରାହୁଲ ଗାନ୍ଧୀଙ୍କୁ ସମାଲୋଚାନାର ସାମ୍ନା କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ବିଚାରକୁ ବୁଝିଥିବା, ସେହି ବିଚାର ପରିବାରର ସଙ୍ଗଠନରେ ଦୀର୍ଘ୍ୟ ଦିନ ଧରି ବିଭିନ୍ନ ଦାୟୀତ୍ୱରେ ଥିବା ଅନେକ ମହିଳାମାନେ ଆଜି ସମାଜରେ ପ୍ରତିଷ୍ଠିତ । ସେମାନଙ୍କ ମୁହଁରୁ ଶୁଣିବାର ଆବଶ୍ୟକତା ଅଛି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘରେ ମହିଳାଙ୍କ ଭୁମିକା କଣ, ହିନ୍ଦୁତ୍ୱର ପରିଭାଷାରେ ମାତୃଶକ୍ତି କେତେ ମହତ୍ୱପୁର୍ଣ୍ଣ, ଭାରତୀୟ ସମାଜରେ ମାତୃଶକ୍ତିଙ୍କର ସ୍ଥାନ ଆଦି ଉପରେ ସେମାନଙ୍କର ସହିତ ପ୍ରସିଦ୍ଧ ଲେଖକ ରତନ ଶାରଦା ବାର୍ତାଳପ କରିଛିନ୍ତି ।
ଏହି ଆଲୋଚନାରେ ଭାଗ ନେଇଛନ୍ତି, ପ୍ରଜ୍ଞା ମାହାଲା, ଯୁଗ୍ମ ସମ୍ପାଦିକା, ବିଶ୍ୱ ହିନ୍ଦୁ ପରିଷଦ ଓ ଜାତୀୟ ସଂଯୋଜିକା ଦୁର୍ଗା ବାହିନୀ, ଡ. ରୁପା ରାଓଲ, ଡାକ୍ତର, ରାଷ୍ଟ୍ର ସେବିକା ସମିତିର ପ୍ରଚାରିକା । ଏହା ସହିତ ବିନ୍ଦୁ ସୁରଜ ଯିଏ ବିଜ୍ଞାନ ଭାରତୀ ସହିତ ସମ୍ପୃକ୍ତ ଅଛନ୍ତି ଓ ମାଧବି ଭୁତା ଯିଏ ଆଗରୁ ପ୍ରଚାରିକା ଭାବରେ କାମ କରିଛନ୍ତି ସେମାନେ ନିଜର ମତ ରଖିଛନ୍ତି ।
ଏହି ଭିଡିଓରେ ରାଷ୍ଟ୍ରୀୟ ସେବିକା ସମିତିର ସାରା ଦେଶରେ କିପରି ସେବା କାମ ଚାଲୁଛି, ସେହିପରି ଦୁର୍ଗା ବାହିନି କିପରି ସାରା ଦେଶରେ ମହିଳାମାନଙ୍କର ସଶକ୍ତିକରଣ ଦିଗରେ କାମ କରୁଛି ତାହା ଉପରେ ବର୍ଣ୍ଣନା କରାଯାଇଛି ।