‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମଟି ରିଲିଜ୍ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ ଅତ୍ୟାଚାରର ଶିକାର ହୋଇଥିଲେ ଏବଂ କିଭଳି ତାଙ୍କ ନରସଂହାର କରାଯାଇଥିଲା ତାହା ଫିଲ୍ମରେ ଦେଖାଯାଇଛି। ଏସବୁ ଭିତରେ ନିଜ ଉପରେ ଉପରେ ଉଠୁଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଛନ୍ତି ଫାରୁକ ଅବଦୁଲ୍ଲା।
୧୯୯୦ରେ କଶ୍ମୀରରେ ଯାହା ଘଟିଥିଲା ତାହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ସେ ସମୟ ବହୁତ ଖରାପ ସମୟ ଥିଲା। ସେହି ସମୟରେ କଶ୍ମୀର ପଣ୍ଡିତମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ମୋର ହୃଦୟ ଏବେ ବି କାନ୍ଦୁଛି। କୌଣସି ଏଭଳି କଶ୍ମୀରବାସୀ ନାହାନ୍ତି ଯାହାଙ୍କ ପାଇଁ ସେ କାନ୍ଦିନାହାଁନ୍ତି ବୋଲି ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାର୍ରେ କହିଛନ୍ତି ଫାରୁକ ଅବଦୁଲ୍ଲା।
ସେ ଆହୁରି କହିଛନ୍ତି, ‘୧୯୯୦ରେ ଯାହା ଘଟିଲା ତାହା ଏକ ଷଡଯନ୍ତ୍ର ଥିଲା, ଏହି ଷଡଯନ୍ତ୍ର କିଏ କରିଥିଲା? ଏହାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ଉଚିତ। ତେବେ ଯାଇ ଏଥିରେ କିଏ ଜଡିତ ଅଛି ତାହା ଜଣାପଡିବ। କିନ୍ତୁ ମୁଁ ଏଥିପାଇଁ ଦାୟୀ ନୁହେଁ। ସେ ସମୟରେ ଦିଲ୍ଲୀରେ ଶାସନ କରୁଥିବା ସରକାର ଏଥିପାଇଁ ଦାୟୀ। ଯଦି ମୁଁ ଦାୟୀ ବୋଲି ପ୍ରମାଣ ମିଳେ, ତେବେ ମୋତ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଉ।’