ଗଣମାଧ୍ୟମର ଧର୍ମ ହେଉଛି ସତ ଖବର ପ୍ରକାଶ କରିବା । ହେଲେ ପଶ୍ଚିମବଙ୍ଗରେ ସତ ଖବର ପ୍ରକାଶ କରିବା ପାଇଁ ସାମ୍ବାଦିକମାନଙ୍କୁ ପୋଲିସର ଜୁଲୁମ ସହିବା ପାଇଁ ପଡୁଛି । ବିଶେଷ ଭାବରେ ଯଦି ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ସପକ୍ଷରେ ଓ ମୁସଲମାନ ହିଂସା ବିପକ୍ଷରେ କିଛି ଖବର ପ୍ରକାଶିତ ହେଉଛି ତାହେଲେ ସରକାର ଏହାକୁ ରୋକ ଲଗାଇବା ପାଇଁ ସବୁ ପ୍ରକାର କଳବଳ ଲଗାଇ ଦେଉଛନ୍ତି ।
ପଶ୍ଚିମବଙ୍ଗର ଜଣେ ଜଣାଶୁଣା ସାମ୍ବାଦିକ ମାନବ ଗୁହା ଯିଏ ନିୟୁ ବାଙ୍ଗଲା ନାମକ ଖବର ପୋର୍ଟାଲର ସମ୍ପାଦକ ଅଛନ୍ତି ସିଏ ଏବେ ଏକ ଫେସବୁକ ଲାଇଭରେ ପଶ୍ଚିମବଙ୍ଗ ପୋଲିସ ତାଙ୍କ ଅଫିସକୁ ଆସି ତାଙ୍କୁ ଖବର ପ୍ରସାରଣ ନେଇ ଧମକ ଦେଉଛି ବୋଲି କହିଥିଲେ । ଏହାର କିଛି ସମୟ ପରେ ଖବର ଆସିଲା ଯେ ତାଙ୍କୁ ଗିରଫ କରାଯାଇଛି । ଅକ୍ଟୋବର ୧୪ ତାରିଖର ଏହି ଘଟଣା ଘଟିଥିଲା ।
ମାନବ ଗୁହା ହେଉଛନ୍ତି ପଶ୍ଚିମବଙ୍ଗର ଜଣେ ପ୍ରସିଦ୍ଧ ସାମ୍ବାଦିକ । ସେ ତାଙ୍କର ପୋର୍ଟାଲରେ ପଶ୍ଚିମବଙ୍ଗରେ ମୁସଲିମମାନଙ୍କ ଦ୍ୱାରା ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣର ଖବର ପ୍ରକାଶ କରିଥିଲେ । ଯାହା ମମତା ବାନାର୍ଜୀଙ୍କର ମୁସଲମାନ ତୁଷ୍ଟିକରଣ ସରକାରକୁ ଭଲ ଲାଗିନଥିଲା । ଏହା ପରେ ସରକାର ପୋଲିସ ଲଗାଇ ମାନବ ଗୁହାଙ୍କୁ ଗିରଫ କରିଲା ।
ଜଣେ ଜଣାଶୁଣା ସାମ୍ବାଦିକ ଗିରଫ ହେବା ସତ୍ୱେ ଏବେ ସୁଦ୍ଧା କୌଣସି ଗଣମାଧ୍ୟମ ସଙ୍ଗଠନ ଯଥା ଏଡିଟରସ ଗିଲ୍ଡ ବା କୌଣସି ସାମ୍ବାଦିକ ସଙ୍ଘ ଏପର୍ଯ୍ୟନ୍ତ ପାଟି ଖୋଲିନାହାନ୍ତି ।