ଜାନୁୟାରୀ ୬ ତାରିଖରେ ଓାରାଙ୍ଗଲ ପୋଲିସ ଦୁଇ ଜଣ ମୁସଲିମ ଯୁବକ ଅମଜାଦ ଅଲ୍ଲି ଓ ଆବୁକୁ ଜଣେ ହିନ୍ଦୁ ନାବାଳିକାକୁ ବିଭିନ୍ନ ଧମକ ଦେଖାଇ ବାରମ୍ବାର ବଳାତ୍କାର କରୁଥିବାର ଅଭିଯୋଗରେ ଗିରଫ କରିଛି । ସେହି ଦୁଇ ଜଣଙ୍କ ବିରୋଧରେ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି ।
ପ୍ରଥମେ ଅମଜାଦ ସେହି ନାବାଳିକାକୁ ଏକେଲା ଦେଖି ଦିନେ ବଳାତ୍କାର କରିଥିଲା । ଏହାର ଭିଡିଓ କରି ପରେ ଝିଅକୁ ବ୍ଲାକମେଲ କରି ଆବୁ ସହିତ ମିଶି ବାରମ୍ବାର ବଳାତ୍କାର କରିଆସୁଥିଲା । ପରେ ଝିଅଟି ଯେତେବେଳେ ସବୁକଥା ତାର ପରିବାରରେ କହିଲା ଓ ପରିବାର ଲୋକ ମିଲସ କଲୋନି ଥାନାରେ ଅଭିଯୋଗ କରିଲେ ପୋଲିସ ସେମାନଙ୍କର ଅଭିଯୋଗକୁ ଶୁଣିନଥିଲା । ପରେ ଏହି ଘଟଣାରେ ବିଜେପିର ସ୍ଥାନୀୟ ନେତାମାନେ ଥାନା ଘେରାଉ କରିବାରୁ ଓାରାଙ୍ଗଲ ପୋଲିସ ଏସିପି ଆସି ଅଭିଯୁକ୍ତକୁ ଗିରଫ କରିଲେ ।