The Independence:Why-How-Rahul-Gandhi-Choose-Navjot-Singh-Siddhu-Over-Captain-Amarinder-Singh

ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ (Captain Amarinder Singh) କଂଗ୍ରେସ ହାଇକମାଣ୍ଡ ଇସ୍ତଫା ପ୍ରଦାନ କରିବାକୁ କହିବା ପରେ ସେ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଇସ୍ତଫା ଦେବା ପରେ କହିଛନ୍ତି ଯେ ସେ ନବଜୋତ ସିଦ୍ଧୁଙ୍କୁ (Navjot Singh Siddhu) ପଂଜାବର ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରିବେ । କାରଣ ସିଦ୍ଧୁଙ୍କର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ (Pakistan PM Imran Khan) ଓ ସେଠାକାର ସେନା ମୁଖ୍ୟ ଜେେନେରାଲ ବାଜବାଙ୍କ (General Qamar Javed Bajwa) ସହ ଭଲ ସମ୍ପର୍କ ରହିଛି । ପାକିସ୍ତାନ ପଂଜାବକୁ ଅଶାନ୍ତ କରିବାକୁ ଲଗାତାର ଚେଷ୍ଟା କରୁଛି । ତେଣୁ ସିଦ୍ଧୁଙ୍କୁ ପଂଜାବର ମୁଖ୍ୟମନ୍ତ୍ରୀ କରା ଯିବାକୁ ସେ ପ୍ରବଳ ବିରୋଧ କରିବେ । 

ବାସ୍ତବରେ ପଂଜାବ  ହେଉଛି ଭାରତର ସୀମାନ୍ତ ରାଜ୍ୟ । ପଂଜାବର ପାକିସ୍ତାନ ସହ ପାଖାପାଖି ଛଅ ଶହ କିମି ସୀମା ଲାଗିଛି । ସୀମାନ୍ତ ରାଜ୍ୟ ହୋଇଥିବାରୁ ପଂଜାବ ଅତ୍ୟନ୍ତ ସମ୍ବେଦନଶୀଳ । ପଂଜାବକୁ ଅସ୍ଥିର କରିବା ପାଇଁ ପାକିସ୍ତାନ ସବୁବେଳେ ଚେଷ୍ଟା କରି ଆସିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଜରିଆରେ (ISI) ପଂଜାବର ଶାନ୍ତି ଭଙ୍ଗ କରିବା ପାଇଁ ଚେଷ୍ଟା ଲଗାତାର ଭାବେ ଚାଲିଛି ।  ପାକିସ୍ତାନ ପୁଣି ଥରେ ଖଲିସ୍ତାନୀ ଆନ୍ଦୋଳନ (Khalisthani Terrorism) ଜରିଆରେ ପଂଜାବକୁ ହିଂସାର ନିଆଁରେ ଜାଳିବାକୁ ଚେଷ୍ଟା କରୁଛି ।  ପାକିସ୍ତାନ ପଂଜାବରେ  କିଛି ବଡ କରିବାକୁ ଚେଷ୍ଟାରେ ଅଛି ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପ୍ଟେନ ଅମରିନ୍ଦର ସିଂ ପାକିସ୍ତାନ ପକ୍ଷରୁ ପଂଜାବକୁ ଅସ୍ଥିର କରା ଯାଉଥିବା ଷଡଯନ୍ତ୍ର ସମ୍ପର୍କରେ କିଛି ସଂକେତ ଦେଇଛନ୍ତି ।  ସେ କହିଛନ୍ତି ଯେ ପଂଜାବକୁ  ପାକିସ୍ତାନ ଡ୍ରୋନ ପଠାଉଛି ।  ବିପୁଳ ମାତ୍ରାରେ ଅସ୍ତ୍ର ଶସ୍ତ୍ର ପଠାଉଛି ।  ଏ.କେ ୪୭ ଆରଡିଏକ୍ସ, ବିସ୍ଫୋରକ, ଗ୍ରେନେଡ ରାଇଫଲ, ଏକେ ୪୭  ଆଦି ଆସୁଛି ।ପଂଜାବର ଯୁବକ ମାନଙ୍କୁ ଅକାମୀ କରି ଦେବା ପାଇଁ ପାକିସ୍ତାନ ହେରୋଇନ ଓ ଡ୍ରଗ୍ସ ମଧ୍ୟ ପଠାଉଛି । କ୍ୟାପ୍ଟେନ ଅମରିନ୍ଦର ନିଛକ ବାସ୍ତବିକତାକୁ ପ୍ରଥମ ଥର ପାଇଁ ଖୋଲା ଖୋଲି ଭାବେ ସାର୍ବଜନୀନ କରିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ହାଇକମାଣ୍ଡ ଏକ ଏପରି ନେତାର କହିବା ଅନୁସାରେ କାମ କରିବା ଭଳି ଲାଗୁଛି ଯାହାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ସେଠାକାର ସୈନ୍ୟ ମୁଖ୍ୟ ବାଜବା ସହ ଉତମ ସମ୍ପର୍କ ରହିଛି ।

କ୍ୟାପ୍ଟେନ ଅମରିନ୍ଦର ସିଂହ ଜଣେ ଦେଶଭକ୍ତ ଭାବେ ଜଣାଶୁଣା । ସେ ଭାରତୀୟ ସେନାରେ ରହି ସାରିଛନ୍ତି । ସେ କଂଗ୍ରେସ ଦଳରେ ଥାଇ ସୁଦ୍ଧା ସବୁବେଳେ ଦେଶ ହିତରେ ବକ୍ତବ୍ୟ  ଦେଇ ଆସିଛନ୍ତି ।  ଆପଣ ମାନଙ୍କର ମନେ ଥିବ ଯେ  ଭାରତୀୟ ସେନା  ଯେତେବେଳେ ପାକିସ୍ତାନରେ ପ୍ରବେଶ  କରି ବାଲାକୋଟରେ ଏୟାରଷ୍ଟ୍ରାଇକ କରି ପୁଲବାମା ଆକ୍ରମଣର ପ୍ରତିଶୋଧ ନେଇଥିଲା  ସେତେବେଳେ ରାହୁଲ ଗାନ୍ଧୀ ଓ ନବଜୋତ ସିଂହ ସିଦ୍ଧୁ ଏହି ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଥିଲେ । 

ସେମାନେ ସାର୍ବଜନୀନ ଭାଷଣ ମାନଙ୍କରେ ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଓ ସେନାକୁ ମଧ୍ୟ କାଠଗଡାରେ ଠିଆ କରାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସିଦ୍ଧୁଙ୍କ ବକ୍ତବ୍ୟର ବିରୋଧରେ ଯାଇ ଭାରତୀୟ ସେନା (Indian Army) ସହ ଠିଆ ହେବାର ଦେଖା ଯାଇଥିଲା ।

ସେ ଖୋଲାଖୋଲି ଭାବେ ସେତେବେଳେ କହିଥିଲେ ଯେ -  ଭାରତୀୟ  ସେନା ବାଲାକୋଟରେ ଆକ୍ରମଣ (Balakot Air Strike) କରି ପାକିସ୍ତାନକୁ ଏକ କଡା ବାର୍ତା ଦେଇଛି । ତେଣୁ ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇବା ଉଚିତ ନୁହେଁ । ଏପରି ବକ୍ତବ୍ୟ ଦେଇ ସେ  ନିଜ ଦଳ କଂଗ୍ରେସକୁ ହିଁ କାଠଗଡାରେ ଠିଆ କରାଇଥିଲେ ।

ଦେଶକୁ ମଜବୁତ କରୁଥିବା ମୋଦି ସରକାରଙ୍କ ଏପରି ଅନେକ ପଦକ୍ଷେପକୁ ପାର୍ଟୀ ଲାଇନରୁ ଉପରକୁ ଯାଇ ପ୍ରଶଂସା କରିଛନ୍ତି । ମୋଦି ସରକାର ଯେତେବେଳେ ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ ପଦ ସୃଷ୍ଟି କରିବାକୁ ନିଷ୍ପତି ନେଲେ ସେତେବେଳେ ମଧ୍ୟ କ୍ୟାପ୍ଟେନ ଅମରିନ୍ଦର ଏହାକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ପୂର୍ବବର୍ତୀ ୟୁପିଏ ସରକାର ସମୟରୁ ସେ ଏହି ପ୍ରସ୍ତାବ ଦେଇଥିଲେ । ହେଲେ ସେତେବେଳେ ଏହା କରା ଯାଇ ନ ଥିଲା । ମୋଦୀ ସରକାର ଏହି ନିଷ୍ପତି ନେବା ଦ୍ୱାରା ଦେଶର ସୈନ୍ୟ ବାହିନୀର କମାଣ୍ଡ ଓ କଂଟ୍ରୋଲ ସିଷ୍ଟମକୁ ସୁଧାରିବାରେ ସହାୟକ ହେବ । 

ବର୍ତମାନ ମୋଦି ସରକାର ବିରୁଦ୍ଧରେ ଚାଲିଥିବା ତଥାକଥିତ  ଚାଷୀ ଆନ୍ଦୋଳନରେ ଖଲିସ୍ତାନୀ ଶକ୍ତି ମାନେ ପଶି ସାରିଥିବା ନେଇ ମଧ୍ୟ କ୍ୟାପ୍ଟେନ ଅମରିନ୍ଦର  ଖୋଲା ଖୋଲି ଭାବେ ଉଲ୍ଲେଖ କରିଥିଲେ ।

ସେହିପରି ମୋଦି ସରକାର ଏବେ କିଛି ଦିନ ତଳେ ଏକ ଖଲିସ୍ତାନୀ  ସମର୍ଥକ ସମୂହ ‘ସିଖ୍‌ସ ଫର ଜଷ୍ଟିସ’ ଉପରେ କଟକଣା ଲଗାଇବାକୁ ନିଷ୍ପତି ନେଲେ ସେତେବେଳେ  ମଧ୍ୟ କ୍ୟାପ୍ଟେନ ଅମରିନ୍ଦର ମୋଦୀ ସରକାରଙ୍କ  ଏହି ନିଷ୍ପତିକୁ ପ୍ରଶଂସା କରିଥିଲେ । ଏହି ସଂଗଠନ ଭାରତ ଓ ବିଶେଷ ଭାବେ ପଂଜାବକୁ ଅସ୍ଥିର କରିବାକୁ ବିଦେଶୀ ଷଡଯନ୍ତ୍ରର ଅଂଶ ବିଶେଷ ହୋଇଥିବାରୁ ଏହାକୁ ପ୍ରତିବନ୍ଧିତ କରା ଯିବାର ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି କହିଥିଲୋ ଦେଶହିତ ପାଇଁ ଏପରି ବକ୍ତବ୍ୟ ଦେଇ କ୍ୟାପ୍ଟେନ ଅମରିନ୍ଦର କଂଗ୍ରେସ ହାଇକମାଣ୍ଡର ଟାର୍ଗେଟରେ ଆସିବା ସ୍ୱାଭାବିକ ଥିଲା ।

ତେଣୁ ଏବେ ଜଣେ ଦେଶଭକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସମ୍ବେଦନଶୀଳ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆ ଯାଇଛି ।  ତେବେ ଏପରି ଭାବେ ତାଙ୍କୁ ହଟାଇବାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭବିକ । ତେବେ କଂଗ୍ରେସ ପକ୍ଷରୁ ଏପରି ପ୍ରଥମ ଥର ପାଇଁ କରା ଯାଉଛି ଏପରି ନୁହେଁ । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ନେତା ମାନେ ଏପର କାମ  କରି ସାରିଛନ୍ତି । 

୨୦୦୮  ମସିହାରେ ୨୬-୧୧ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପାକିସ୍ତାନର ଆଇଏସଆଇର ପ୍ରତ୍ୟକ୍ଷ ଯୋଜନାରେ ଏହି ଆତଙ୍କବାଦୀ ଆକ୍ରମଣ କରା ଯାଇଥିଲା ଓ ଏହା ଭାରତର ବାଣିଜ୍ୟିକ ରାଜଧାନୀକୁ ଥର ହର କରିଥିଲା । ସେତେବେଳେ ମଧ୍ୟ  କଂଗ୍ରେସ ଦଳର କିଛି ନେତା  ଏଥିରେ  ପାକିସ୍ତାନର ହାତ ନାହିଁ ଓ ଏହି ଆକ୍ରମଣ ପଛରେ  ବିଜେପି ଓ  ଆରଏସଏସର ହାତ ରହିଛି ବୋଲି ହାସ୍ୟାସ୍ପଦ ତର୍କ ଦେଉଥିଲେ । ସେମାନଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଥିଲା ଯେ ପାକିସ୍ତାନକୁ ଏହି ଆକ୍ରମଣରେ କ୍ଲିନ ଚିଟ ପ୍ରଦାନ କରିବା ।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ  ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅତି ପାଖ ନେତା ଦିଗବିଜୟ ସିଂହ ଖୋଲାଖୋଲି ଭାବେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଯେଉଁଥିରେ ଏହି ଆକ୍ରମଣ ପଛରେ ପାକିସ୍ତାନ ନୁହେଁ ବରଂ ଆରଏସଏସର ହାତ ରହିଛି ବୋଲି ଉଲ୍ଲେଖ କରା ଯାଇଥିଲା ।

ତେଣୁ ଏପରି ସ୍ଥିତିରେ ପଂଜାବ ଭଳି ଏକ ସୀମାନ୍ତ ଓ ସମ୍ବେଦନଶୀଳ ରାଜ୍ୟରେ କ୍ୟାପ୍ଟେନକୁ ହଟାଇବା ଓ ତାଙ୍କ ସ୍ଥାନରେ ଜଣେ ପାକିସ୍ତାନୀ ନେତାଙ୍କ ସହ ଉତମ ସମ୍ପର୍କ ଥିବା ନେତାକୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରୟାସ କରିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ହେଲେ କ୍ୟାପ୍ଟେନ ଅମରିନ୍ଦରଙ୍କ ବିରୋଧ ପରେ ଅତି କମରେ ପାର୍ଟି ହାଇକମାଣ୍ଡ ଆଉ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ନ କରି ଆଉ କୌଣସି କଂଗ୍ରେସ ନେତାକୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଆଶା କରିବା, ଯାହ ଦେଶର ସ୍ୱାର୍ଥରେ ହେବ ।

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ