ଟ୍ରାକ୍ଟର ରାଲୀ ନାମରେ ଅନୁମତି ପାଇବା ପରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଯେପରି ଭାବେ ଅରାଜକତା ସୃଷ୍ଟି କରା ଗଲା ତାକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ବର୍ତମାନ ସୁଦ୍ଧା 22ଟି ଏଫଆଇଆର ରୁଜୁ କରା ଯ।ଇଛି । ବର୍ତମାନ ସୁଦ୍ଧା 2 ଶହରୁ ଉର୍ଧ ଦଙ୍ଗାକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣା ପଡିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୋଲିସ 9 ଜଣ ଚାଷୀ ନେତା ବିରୁଦ୍ଧରେ ମାମଲା ରୁଜୁ କରିଛି । ଏମାନଙ୍କ ମଧ୍ୟରେ ଯୋଗେନ୍ଦ୍ର ଯାଦବ ସାମିଲ ରହିଛନ୍ତି । ଫୋନ କ୍ୟାମେରା, ସିସିଟିଭି ଓ ଫୁଟେଜ ଦେଖି ଦଙ୍ଗାକାରୀ ମାନଙ୍କୁ ଚିହ୍ନଟ କରାଯାଉଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହା ଯାଇଛି ।