ରାଜ୍ୟ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡ଼ିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗିଛନ୍ତି ସରକାର । ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି । ଏବେଠାରୁ ଏଡିଏମ୍ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ସଭାପତି ଦାୟିତ୍ୱରେ ରହିବେ । ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍ ଏହି ଦାୟିତ୍ୱରେ ରହିବେ ।
ଏହାସହିତ ସଦରମହକୁମା ବାହାରେ ଥିବା କଲେଜ ମୁଖ୍ୟ ଭାବେ ଉପଜିଲ୍ଲାପାଳ କାର୍ଯ୍ୟ କରିବେ । ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ କରିବା ପାଇଁ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି ।