- ହରିଆଣାରୁ ଦିଲ୍ଲୀ ମଦ ଚାଲାଣ କରୁଥିବା ବେଳେ ଜଣେ କଂଗ୍ରେସ ନେତାଙ୍କୁ ହରିଆଣା ପୋଲିସ ଗିରଫ କରିଛି । ଗିରଫ ହୋଇଥିବା କଂଗ୍ରେସ ନେତା ହେଉଛନ୍ତି ଶ୍ରବଣ ରାଓ । ସେ କଂଗ୍ରେସର ଜାତୀୟ ସମ୍ପାଦକ ଓ ମହାରାଷ୍ଚ୍ରର ପ୍ରଭାରୀ ଅଛନ୍ତି । ସବୁଠାରୁ ବଡ କଥା ହେଲା ଯେ ସେ ଅତ୍ୟାବଶ୍ୟକ ସେବା ପାଇଁ ଉଦ୍ଦିଷ୍ଟ ଗାଡିରେ ଏହି ମଦ ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି ।
ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏ ସମ୍ପର୍କିତ ସୂଚନା ଟ୍ବିଟ କରିଛନ୍ତି । ସେ କହିଛନ୍ତି ଯେ ବର୍ତମାନ ସମୟରେ ଆରଏସଏସ ଭଳି ସଂଗଠନ ମାନେ ଲୋକ ମାନଙ୍କ ସେବାରେ ଲାଗିଥିବା ବେଳେ କଂଗ୍ରେସ ପଦାଧିକାରୀ ମଦ ଚାଲାଣ ବେଳେ ଧରା ପଡିଛନ୍ତି । ସେ ଏ ସମ୍ପର୍କରେ ଏଫଆଇଆରର କପି ମଧ୍ୟ ଟ୍ବିଟ କରିଛନ୍ତି ।