ବଲିଉଡ ଆକ୍ଟର ସୋନୁ ସୁଦ ଗତ କିଛି ସପ୍ତାହ ଧରି ଲକ ଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକ ମାନଙ୍କୁ ପଠାଇବାର ବ୍ୟବସ୍ଥା କରୁଥିବାରୁ ତାଙ୍କୁ ସବୁଆଡୁ ପ୍ରଶଂସା ମିଳୁଛି । ପ୍ରବାସୀ ମଜଦୁରଙ୍କୁ ସେ ଘରକୁ ପଠାଇବାର କାମ କରୁଛନ୍ତି ।
ତେବେ ସେ ଏପରି କରି କଂଗ୍ରେସକର୍ମୀ ମାନଙ୍କ ଟାର୍ଗେଟରେଆସି ଯାଇଛନ୍ତି । ସୋନୁ ସୁଦ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ସେ କରିଥିବା କାମ ସମ୍ପର୍କରେ ଅବଗତ କରିବା ପରେ କଂଗ୍ରେସ କର୍ମୀ ମାନେ ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି ।
ସେମାନେ ସୋସିଆଲ ମିଡିଆରେ କହିଛନ୍ତି ଯେ ସୋନୁ ସୁଦ ହେଉଛନ୍ତି ବିଜେପିର ଏଜେଂଟ । ସେ ଭଲ କାମ ଏଇଥି ପାଇଁ କରୁଛନ୍ତି ଯେ ଏହା ଦ୍ବାରା ସେ ଦେଖାଇ ପାରିବେ ଯେ ମହାରାଷ୍ଟ୍ରର ଶିବସେନା-ଏନସିପି ଓ କଂଗ୍ରେସ ସରକାର ଭଲ କାମ କରୁ ନାହିଁ ।