’
– 14 ହଜାର କୋଟି ଟଙ୍କାର ଏକ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ କଂଗ୍ରେସ ନେତା ତଥା ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ଅହମଦ ପଟେଲକୁ ସମନ କରାଯାଇଛି । ତେବେ ଏହାର ଉତ୍ତରରେ ଅହମଦ ପଟେଲ ପତ୍ର ଲେଖିଛନ୍ତି ଯେ ତାଙ୍କୁ 65 ବର୍ଷରୁ ଉର୍ଧ ହୋଇ ସାରିଛି । କରୋନା କାରଣରୁ ଉପସ୍ଥିତ ସ୍ଥିତିକୁ ଆଖି ଆଗରେ ରଖି ତାଙ୍କୁ ଏବେ ପଚରା ଉଚୁରା ନ କରା ଯାଉ ।
ସେ କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ବାହାରକୁ ଯିବା ତାଙ୍କ ସ୍ବାସ୍ଥ୍ୟ ପାଇଁ ବିପଦ ହୋଇ ପାରେ । ତେଣୁ ତାଙ୍କୁ ପଚରା ଉଚୁରା ନ କରାଯାଉ ବୋଲି ସେ ତାଙ୍କ ପତ୍ରରେ କହିଛନ୍ତି ।
ତେବେ ପ୍ରବର୍ତନ ନିର୍ଦେଶାଳୟ ଏହାର ଉତ୍ତରରେ କହିଛି ଯେ ପ୍ରବର୍ତନ ନିର୍ଦେଶାଳୟର ଅଧିକାରୀ ମାନେ ତାଙ୍କ ଘରକୁ ଯାଇ ପଚାରା ଉଚୁରା କରିବେ ।
ଉଲ୍ଲେଖନୀୟ ଯେ 14 ହଜାର କୋଟି ଟଙ୍କାର ସନ୍ଦସେରା ସ୍କାମ ମାମଲାରେ ଇଡି ଅହମଦ ପଟେଲଙ୍କୁ ପଚରା ଉଚୁରା ପାଇଁ ସମନ କରିଥିଲା ।