ଅଟଳ ବିହାରୀ ବାଜପେୟୀ ଅଜାତଶତ୍ରୁ ଥିଲେ । ତାଙ୍କର ଘୋର ଓ ବୈଚାରିକ ବିରୋଧୀ ମାନେ ମଧ୍ୟ ଏହାକୁ ସ୍ୱୀକାର କରିବେ । ଘୋର ବୈଚାରିକ ବିରୋଧ ସତ୍ୱେ ତାଙ୍କୁ ସମସ୍ତେ ସମ୍ମାନ କରୁଥିଲେ ।
ସେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ସେତେବେଳେ ଶହେ କୋଟି ବିଶିଷ୍ଟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ନ ଥିଲା । ସେ ଅତ୍ୟନ୍ତ ଗୁପ୍ତ ଭାବରେ ରାଜସ୍ଥାନର ପୋଖରଣ ବୋମା ବିସ୍ଫୋରଣ କରି ସମଗ୍ର ବିଶ୍ୱକୁ ଭାରତର ବାର୍ତା ଦେଇଥିଲେ । ଏହି ପରମାଣୁ ବିସ୍ଫୋରଣ ଭାରତର ଆତ୍ମ ସ୍ବାଭିମାନ ପ୍ରତୀକ ଥିଲା । ଏହା ପରେ ଅନେକ ଦେଶ ଆର୍ଥିକ କଟକଣା ଲଗାଇଥିଲେ ମଧ୍ୟ ବାଜପେୟୀ ଏହାକୁ ଭ୍ରୁକ୍ଷେପ କରି ନ ଥିଲେ । ସେ ଜାଣିଥିଲେ ଯେ ସ୍ୱାଭିମାନୀ ଭାରତୀୟ ମାନେ ଆନ୍ତରାଷ୍ଚ୍ରୀୟ କଟକଣାର ମୁକାବିଲା କରି ପାରିବେ ।
ତାଙ୍କର ପ୍ରଧାନମନ୍ତ୍ରିତ୍ବ କାଳରେ ଡିସେମ୍ବର 6 ତାରିଖ ଦିନ ସବୁବେଳେ ବିରୋଧୀ ଦଳ ପକ୍ଷରୁ ସଂସଦରେ ହଟ୍ଟଗୋଳ କରାଯାଉଥିଲା । ମୋର ମନେ ଅଛି ଯେ ସେତେବେଳେ ସେ ଅଯୋଧ୍ୟାରେ ବାବରୀ ଢାଂଚା ଭଙ୍ଗା ଯିବାକୁ ଜାତୀୟ ଭାବନାର ପ୍ରକଟୀକରଣ ବୋଲି କହିଥିଲେ । ଏପରି କହି ସେ ଭାରତବାସୀଙ୍କ ଭାବନାକୁ ବ୍ୟକ୍ତ କରିଥିଲେ ।
ତାଙ୍କର କବିତା ହିନ୍ଦୁ ତନ ମନ ହିନ୍ଦୁ ଜୀବନ ରଗ ରଗ ହିନ୍ଦୁ ମେରା ପରିଚୟ ସବୁବେଳେ ଶୁଣିବାକୁ ଇଚ୍ଛା ହୁଏ ଓ ସବୁବେଳେ ପ୍ରେରଣା ଦିଏ ।
ସେ ଏହି କବିତାରେ ଲେଖିଛନ୍ତି ଯେ
ଗୋପାଲ ରାମ କେ ନାମୋଁ ପର କବ ମୈନେ ଅତ୍ୟାଚାର କିୟା ।
କବ ଦୁନିଆ କୋ ହିନ୍ଦୁ କରନେ ଘର ଘର ମେଁ ନର ସଂହାର କିୟା ।
କୋଇ ବତଲାଏ କାବୁଲ ମେଁ ଜାକର କିତନି ମସଜିଦେଁ ତୋଡି ।
ଭୂଭାଗ ନହିଁ ଶତ ମାନବ କା ହୃଦୟ ଜୀତନେ କା ହୈ ନିଶ୍ଚୟ ।
ହିନ୍ଦୁ ତନ ମନ ହିନ୍ଦୁ ଜୀବନ ରଗ ରଗ ହିନ୍ଦୁ ମେରା ପରିଚୟ ।।
ଏହି କବିତା ସେ ଦଶମ ଶ୍ରେଣୀରେ ପଢିଲା ବେଳେ ଲେଖିଥିଲେ ।
ଅଜାତଶତ୍ରୁ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଂଜଳି ।