ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀ ସରକାରରେ ଖୋଲା ଖୋଲି ଭାବେ ଧର୍ମାନ୍ତରୀକରଣକୁ ପ୍ରୋତ୍ସାହନ ଦିଆଯିବାର ଖବର କିଛି ନୂଆ କଥା ନୁହେଁ ।
ଜଗନ ମୋହନ ଓ ତାଙ୍କ ପରିବାର ଖ୍ରିଷ୍ଟିଆନ ମିଶନାରୀ ମାନଙ୍କୁ ତେଲୁଗୁ ଲୋକଙ୍କୁ ଧର୍ମାନ୍ତରିତ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।
ଲଗାମଛଡା ହୋଇ ପଡିଥିବା ଏହି ଖ୍ରିଷ୍ଟିଆନ ମିଶନାରୀ ମାନଙ୍କର ସରକାରୀ ମେସିନାରୀରେ ବିଶେଷ ଭାବେ ଦେବୋତ୍ତର ବିଭାଗରେ କେତେ ଅନୁପ୍ରବେଶ ହୋଇ ସାରିଛି ତାର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି ।
ଆନ୍ଧ୍ର ପ୍ରଦେଶର ବିଜୟୱାଡା ସହରରେ ଥିବା କନକ ଦୁର୍ଗା ମନ୍ଦିରରେ ନବରାତ୍ର, ଦୂର୍ଗାପୁଜା ଅବସରରେ ଭକ୍ତ ମାନଙ୍କର ପ୍ରବଳ ସମାଗମ ହୋଇଥିଲା ।
ସେଠାରେ ଲାଗିଥିବା ଏକ ଏଲଇଡି ସ୍କ୍ରିନରେ ହଠାତ ଦେଖା ଗଲା ଯେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକର ବାର୍ତା ଦେଉଛି । ସେ ସମସ୍ତଙ୍କୁ ଯୀଶୁଙ୍କ ଶରଣକୁ ଯିବାକୁ ଆହ୍ବାନ କରୁଛି । ସମସ୍ତେ ବେକରେ କ୍ରସ ଝୁଲାନ୍ତୁ ବୋଲି ଅପିଲ କରୁଛି ।
ସେଠାରେ ଉପସ୍ଥିତ ହଜାର ହଜାର ଭକ୍ତ ମନ୍ଦିରରେ ଚାଲିଥିବା ଏହି ଏଲଇଡିରେ ହଠାତ ଖ୍ରିଷ୍ଟିଆନ ପ୍ରଚାରକୁ ଦେଖି ସ୍ତବ୍ଧ ହୋଇ ଯାଇଥିଲେ । ସେମାନେ ହଠାତ ବୁଝି ପାରି ନ ଥିଲେ ଯେ କଣ ହେଉଛି । ସେମାନେ ଏହି ଭିଡିଓ ପ୍ରଚାରକୁ ଦେଖି ତାତି ଗଲେ ଓ ଏଲଇଡିକୁ ଭାଙ୍ଗି ଦେଇଥିଲେ ।
ବିଜେପି ପ୍ରବକ୍ତା ଏସଜି ସୂର୍ଯ୍ୟା ଟ୍ୱିଟ କରି କହିଛନ୍ତି ଯେ ଭକ୍ତ ମାନେ ଏଲଇଡି ସ୍କ୍ରିନକୁ ଭାଙ୍ଗି ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି – ବିଜୟୱା଼ଡାର କନକ ଦୁର୍ଗା ମନ୍ଦିରରେ ଲଗା ଯାଇଥିବା ଏଲଇଡି ସ୍କ୍ରିନରେ ନବରାତ୍ରର ଲାଇଭ ଟେଲିକାଷ୍ଟ ବେଳେ ଖ୍ରୀଷ୍ଟିଆନ ପ୍ରଚାରକର ପ୍ରଚାର ସ୍କ୍ରିନରେ ଦେଖିବା ପରେ ହିନ୍ଦୁ ଭକ୍ତ ମାନେ ପଥର ଫିଙ୍ଗି ଏଲଇଡିକୁ ଭାଙ୍ଗି ଦେଇଛନ୍ତି ।
ଏହି ମାମଲାରେ ପ୍ରବଳ ଉତ୍ତେଜନାକୁ ଆଖି ଆଗରେ ରଖି ଆନ୍ଧ୍ର ପ୍ରଦେଶ ପୋଲିସ ଏହି ପ୍ରସଙ୍ଗରେ ମାମଲା ରୁଜୁ କରିଛି । ଜିଲ୍ଲାଧିକାରୀ ଜେ ନିବାସ କହିଛନ୍ତି ଯେ – “ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଏହି ମାମଲାରେ ଦାୟିତ୍ବହୀନତାର ସହ କାମ ହୋଇଛି । ଆମେ ଏହାର ଜାଂଚ କରୁଛୁ । ଆଇପିସିର ଧାରା 295(1ଏ) ଅନୁସାରେ ମାମଲା ରୁଜୁ କରାଯାଇଛି । ଜାଂଚ ସମୟରେ ଏଥିରେ ପରିବର୍ତନ କରାଯାଇ ପାରିବ । ଯେ ପର୍ଯ୍ୟନ୍ତ ତଦନ୍ତ ନ ସରିଛି, ସେ ପର୍ଯ୍ୟନ୍ତ ଏହା ଷଡଯନ୍ତ୍ର ଥିଲା ନା ଆଉ କିଛି ଥିଲା ତାହା କୁହା ଯାଇ ପାରିବ ନାହିଁ । ”
ଜଗନ ମୋହନ ସରକାର ଆନ୍ଧ୍ର ପ୍ରଦେଶରେ ଖ୍ରିଷ୍ଟିଆନ ଧର୍ମାନ୍ତରୀକରଣ ପ୍ରକ୍ରିୟା କିପରି ଜୋର ସୋରରେ ଚାଲିବ ତାକୁ ଅତ୍ୟନ୍ତ ଗମ୍ଭୀର ଥିବା କୁହା ଯାଉଛି । ଏହାର ଆଉ ଏକ ଉଦାହରଣ ଉପରେ ଦୃଷ୍ଟି ପକାଇବା ।
ତାଙ୍କ ଦଳର ସାଂସଦ ରଘୁ ରାମକୃଷ୍ଣ ରାଜୁ ଗଣମାଧ୍ୟମରେ ସ୍ୱୀକାର କରିଥିଲେ ଯେ ଆନ୍ଧ୍ର ପ୍ରଦେଶରେ ବଡ ବ୍ୟାପକ ସ୍ତରରେ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ଚାଲିଛି ।
ଏହା ପରେ ଜଗନ ମୋହନ ରେଡ୍ଡୀଙ୍କ ପୋଲିସ ତାଙ୍କ ନିଜ ଦଳର ଏହି ସାଂସଦକୁ ରାଷ୍ଟ୍ରଦ୍ରୋହ ଅପରାଧରେ ଗିରଫ କରି ଜେଲକୁ ପଠାଇ ଦେଇଥିଲା ।