– ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସମର୍ପଣ ରାଶି ପ୍ରଦାନ କରିଛନ୍ତି । ସେ ରାମଜନ୍ମ ଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସହ ଜଡିତ ସନ୍ଥ ମାନଙ୍କୁ ଭେଟି ଏହି ରାଶି ପ୍ରଦାନ କରିଛନ୍ତି ।
ସେ ଏହି ଅବସରରେ କହିଛନ୍ତି ଯେ ଅଯୋଧ୍ୟାରେ ଏକ "ଗୌରରବମୟ" ମନ୍ଦିର ପାଇଁ ତାଙ୍କ ଏବଂ ତାଙ୍କ ପରିବାର ଏହି ସମର୍ପଣ ରାଶି ପ୍ରଦାନ କରିଛନ୍ତି ଯାହା ସମସ୍ତ ଭାରତୀୟଙ୍କ ସ୍ୱପ୍ନ।" । ଏକ ଗୌରବମୟ ରାମ ମନ୍ଦିର ସମସ୍ତ ଭାରତୀୟଙ୍କ ସ୍ୱପ୍ନ ଅଟେ। ଏହା ଏକତା ଏବଂ ଶାନ୍ତି ପାଇଁ ପଥ ପରିଷ୍କାର କରିବ। ଏହି ପ୍ରୟାସରେ ମୋ ଏବଂ ମୋ ପରିବାରର ଏକ ଛୋଟ ଅବଦାନ ରହିଛି।" ପୂର୍ବ ଦିଲ୍ଲୀର ସାଂସଦ ଏକ ବିବୃତ୍ତିରେ ଏହା କହିଛନ୍ତି।