କେରଳର ସାଇରୋ ମାଲାବାର ଚର୍ଚର ବିଶପ ମାର ଜୋସେଫ କଲାରଙ୍ଗାଟ (Bishop Mar Joseph Kallarangattu) କେରଳରେ ଅଣ ମୁସଲମାନ ଯୁବକ-ଯୁବତୀ ମାନଙ୍କୁ ଲଭ ଜେହାଦ ଓ ନାର୍କୋଟିକ୍ସ ଜେହାଦ (Narcotics Jihad) ପାଇଁ ଟାର୍ଗେଟ କରା ଯାଉଛି ବୋଲି ଗୁୁରୁତର ଅଭିଯୋଗ କରିବା ପରେ କେରଳର ଇସଲାମୀ ସଂସ୍ଥା ଗୁଡିକ ପକ୍ଷରୁ ଏହି ବକ୍ତବ୍ୟକୁ ବିରୋଧ କରା ଯାଇଛି । ଇସଲାମୀ ସଂସ୍ଥା ସହ ଜଡିତ ଲୋକ ମାନେ ଏହି ବକ୍ତବ୍ୟକୁ ବିରୋଧ କରିବା ସହ ବିଶପଙ୍କ ଘର ଆଗରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ମୁସଲିମ କୋ ଅର୍ଡିନେସନ କମିଟିର ଶତାଧିକ କର୍ମୀ ବିଶପଙ୍କ ଘର ବାହାରେ ବିକ୍ଷୋଭ କରିଛନ୍ତି ।
ଇସଲାମୀ ସଂସ୍ଖାର ଲୋକମାନେ ବିକ୍ଷୋଭ କରିବା ବେେଳେ ପୋଲିସ ତାଙ୍କୁ ବାରିକେଡ ଲଗାଇ ଅଟକାଇ ଥିଲା । ପୋଲିସ ଓ ଇସଲାମୀ ସଂସ୍ଥାର ଲୋକମାନଙ୍କ (Muslim Aikya Vedi) ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ସେହିପରି ପିଡିପି (PDP) ପରି ଅନ୍ୟ ସଂଗଠନ ମାନେ ମଧ୍ୟ ବିରୋଧ କରିଛନ୍ତି । ସେମାନେ କୋଟାୟମ ପୋଲିସ ନିକଟରେ ବିଶପଙ୍କ ବିରୁଦ୍ଧରେ ଲିଖିତ ଭାବେ ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅନ୍ୟ ପଟେ କେରଳର ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକ ମାନେ ବିଶପଙ୍କ ସହ ବାହାରିଛନ୍ତି । କେରଳ କ୍ୟାଥୋଲିକ ବିଶପ୍ସ କାଉନସିଲ (Catholic Bishops Council) ପକ୍ଷରୁ କୁହା ଯାଇଛି ବିଶପଙ୍କ ବକ୍ତବ୍ୟ କୌଣସି ସଂପ୍ରଦାୟକୁ ଟାର୍ଗେଟ କରି ଦିଆ ଯାଇ ନାହିଁ । ହେଲେ ବିଷୟଟି ଅତ୍ୟନ୍ତ ଗୁରୁତର ହୋଇଥିବା କାରଣରୁ ଏହା ଉପରେ ବିତର୍କ ହେବାର ଆବଶ୍ୟକତା ରହିଛି । କାଉନସିଲ କେରଳରେ ସକ୍ରିୟ ଥିବା ନାର୍କୋଟିକ୍ସ ମାଫିଆ (Narcotics Mafia) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ।
ଅନ୍ୟ ଖ୍ରିଷ୍ଟିଆନ ସଂଗଠନ ମଧ୍ୟ ବିଶପଙ୍କ ସମର୍ଥନରେ ବାହାରିଛନ୍ତି ଓ ସେମାନେ ମାର୍ଚ ବାହାର କରି ବିଶପଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି ଯେ ନାର୍କୋଟିକ୍ସ ଜିହାଦର ଖ୍ରୀଷ୍ଟିଆନ ଯୁବକ ଯୁବତୀଙ୍କ ପ୍ରତି ଖରାପ ପ୍ରଭାବ ପଡୁଛି । ସେମାନେ ଡ୍ରଗ ଆଡିକ୍ଟସ ହୋଇ ଯାଉଛନ୍ତି । ହୋଟେଲ ଓ ଜୁସ କର୍ଣର ମାନଙ୍କରେ ଚଳା ଯାଉଥିବା ଏହି ଅଭିଯାନ ପଛରେ ଜିହାଦୀ ମାନେ ହିଁ ଅଛନ୍ତି ।
ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟିର କେରଳ ଶାଖା ମଧ୍ୟ ବିଶପଙ୍କ ବକ୍ତବ୍ୟର ସମର୍ଥନ କରିଛି । ବିଜେପି ପ୍ରଦେଶ ସଭାପତି କେ. ସୁରେନ୍ଦ୍ରନ କହିଛନ୍ତି ଏହା ଅତ୍ୟନ୍ତ ଗମ୍ଭାର ବିଷୟ । ତେଣୁ ଏହାକୁ ନେଇ ସମାଜରେ ବ୍ୟାପକ ଚର୍ଚା ହେବା ଆବଶ୍ୟକ ।
ଉଲ୍ଲେଖନୀୟ ଯେ କିଛି ଦିନ ତଳେ କେରଳର ସାଇରୋ ମାଲାବାର ଚର୍ଚର (Syro-Malabar Catholic Church) ବିଶପ ମାର ଜୋସେଫ କଲାରଙ୍ଗାଟ କେରଳରେ ଅଣ ମୁସଲମାନ ଯୁବକ-ଯୁବତୀ ମାନଙ୍କୁ ଲଭ ଜେହାଦ ଓ ନାର୍କୋଟିକ୍ସ ଜେହାଦ ପାଇଁ ଟାର୍ଗେଟ କରା ଯାଉଛି ବୋଲି ଗୁୁରୁତର ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ସମଗ୍ର ବିଶ୍ୱରେ ଇସଲାମ ସ୍ଥାପିତ କରିବା ଉଦ୍ଦେଶ୍ୟ ନେଇ କିଛି ଗ୍ରୁପ କାମ କରୁଛନ୍ତି । ସେମାନେ ପୂର୍ବରୁ କେବଳ ଲଭ ଜେହାଦ ମାଧ୍ୟମରେ ଅଣ ମୁସଲମାନ ମାନଙ୍କୁ ଟାର୍ଗେଟ କରୁଥିଲେ । ତେବେ ବର୍ତମାନ ଏମାନେ ନାର୍କୋଟିକ୍ସ ଜେହାଦ ମଧ୍ୟ ଆରମ୍ଭ କରି ଦେଇଛନ୍ତି ।
ବିଶପଙ୍କ ଏ ସମ୍ପର୍କିତ ଭିଡିଓ ମଧ୍ୟ ଚର୍ଚ ଦ୍ୱାରା ଜାରୀ କରା ଯାଇଥିଲା । ସେ ଏଥିରେ କହିଥିଲେ -“ସମ୍ପୂର୍ଣ ବିଶ୍ୱରେ ଇସଲାମ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖି କାମ କରୁଥିବା ଗ୍ରୁପ ଗୁଡିକ ପ୍ରଥମେ ପ୍ରେମ ଜରିଆରେ ଅଣ ମୁସଲମାନ ଯୁବକ- ଯୁବତୀଙ୍କୁ ଟାର୍ଗେଟ କରୁଥିଲେ ଓ ସେମାନଙ୍କର ଇସଲାମରେ ମତାନ୍ତରଣ କରାଉଥିଲେ । କିନ୍ତୁ ଏବେ ଆଉ ଏକ ଭୟଙ୍କର ରୂପ ସାମନାକୁ ଆସୁଛି ।ଏବେ ମାଦକ ଦ୍ରବ୍ୟ ମାଧ୍ୟମରେ ଅଣ ମୁସଲମାନ ଯୁବକ - ଯୁବତୀ ମାନଙ୍କୁ ନାର୍କୋଟିକ୍ସ ଜେହାଦ ଜରିଆରେ ଟାର୍ଗେଟ କରା ଯାଉଛି । ”
ସେ କହିଥିଲେ ଯେ - “ ସମ୍ପୂର୍ଣ କେରଳରେ ଏଭଳି ଅନେକ ସ୍ୱତନ୍ତ୍ର ଗ୍ରୁପ କାମ କରୁଛନ୍ତି ଯେଉଁ ମାନଙ୍କର ଟାର୍ଗେଟ ହେଲା ହିନ୍ଦୁ ଓ ଖ୍ରିଷ୍ଟିଆନ ଯୁବକ - ଯୁବତୀଙ୍କୁ ଇସଲାମରେ ମତାନ୍ତରିତ କରିବା କିମ୍ବା ସେମାନଙ୍କୁ ମାଦକ ଦ୍ରବ୍ୟ ସେବନରେ ଅଭ୍ୟସ୍ତ କରାଇ ଦେବା । ସେମାନଙ୍କର ଲକ୍ଷ୍ୟ ହେଲା ଯେ ଅସ୍ତ୍ର ଶସ୍ତ୍ର ଜରିଆରେ ଯୁଦ୍ଧ ନ କରି ଅଣ ମୁସଲମାନ ରିଲିିଜିୟନ ଗୁଡିକୁ ଶେଷ କରି ଦେବା । ”
ଏହି ଜେହାଦୀ ମାନେ ସମ୍ପୂର୍ଣ ବିଶ୍ୱରେ ଇସଲାମ ସ୍ଥାପିତ କରିବା ପାଇଁ ଲାଗିଛନ୍ତି । ଯୁଦ୍ଧ ହେଉ ବା ଅନ୍ୟ କୌଣସି ମାଧ୍ୟମ ହେଉ ସେମାନେ ତାଙ୍କର ଲକ୍ଷ୍ୟ ପୂରଣ ଦିଗରେ ଲାଗିଛନ୍ତି ।