The Independence:Odisha-Govt-Discriminate-Temples-Compulsory-Corona-Negative

ଭୁବନେଶ୍ୱର, - ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଉଛନ୍ତି । ପୁରୀ ଶ୍ରୀମନ୍ଦିର, ତାପରେ ଲିଙ୍ଗରାଜ ଓ ଧୀରେ ଧୀରେ ଅନ୍ୟ ମନ୍ଦିର ଖୋଲିଲାଣି ବା ଖୋଲିବାକୁ ଯାଉଛି । ହେଲେ ମନ୍ଦିରକୁ ଯିବାକୁ ହେଲେ ଭକ୍ତମାନଙ୍କ ପାଇଁ ଆବଶ୍ୟକ ହେଉଛି କରୋନା ନେଗେଟିଭ ରିପୋର୍ଟ । ଏହା ଭକ୍ତ ପାଇଁ ବାଧ୍ୟତା ମୁଳକ କରାଯାଇଛି । ନହେଲେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଯାହାକୁ ନେଇ ଅନେକ ଭକ୍ତ ନିରାଶ ହେଉଛନ୍ତି କାରଣ କରୋନା ପରୀକ୍ଷା ପାଇଁ ଅତିକମରେ ୪ ଶହ ଟଙ୍କା ଖର୍ଚ୍ଚ ହେବ । କାରଣ ସରକାର ଆଉ ମାଗଣା କରୋନା ପରୀକ୍ଷା କରୁନାହାନ୍ତି । ଯାହା ଗରିବ ଭକ୍ତମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି । ଦ୍ୱିତିୟ ହେଲା କରୋନା ପରୀକ୍ଷା କେନ୍ଦ୍ର ବହୁତ ନଥିବାରୁ ସେଠାରେ ଲମ୍ବା ଅପେକ୍ଷା ଓ ମନମାନି ।

ଏପରି ବାଧ୍ୟତା ମୁଳକ ପରୀକ୍ଷା କେବଳ ଓଡିଶାରେ ହିଁ ସରକାର ନିୟମ କରିଛନ୍ତି । ଦେଶର ଅନ୍ୟ ରାଜ୍ୟମାନଙ୍କରେ ଥିବା ମନ୍ଦିର ମାନଙ୍କୁ ଯିବାକୁ ହେଲେ କୌଣସି ନେଗେଟିଭ ରିପୋର୍ଟର ଆବଶ୍ୟକତା ନାହିଁ । ହେଲେ ଓଡିଶା ସରକର କେଉଁ ଗାଇଡ ଲାଇନ ଆଧାରରେ ଏହି ନିୟମ କରିଛନ୍ତି ବୁଝାପଡୁନାହିଁ ।

ଆଉ ଗୋଟିଏ ବିଶେଷ କଥା ହେଲା ଯେ ଓଡିଶାରେ ସରକାର କରିଥିବା ଏହି ନିୟମ କେବଳ ମନ୍ଦିର ପାଇଁ ଲାଗୁକରିଛନ୍ତି । ଓଡିଶାରେ ଥିବା ମସଜିଦ ବା ଚର୍ଚ୍ଚକୁ ଯିବାକୁ ହେଲେ ସେପରି କୌଣସି କରୋନା ନେଗେଟିଭ ରିପୋର୍ଟର ଆବଶ୍ୟକତା ପଡୁନାହିଁ । ଏପରି ପକ୍ଷପାତିତା ପଛରେ କାରଣ କଣ ବୁଝାପଡୁନାହିଁ । କେଉଁ ଅଜଣା କାରଣ ପାଇଁ ରାଜ୍ୟ ସରକାର ମନ୍ଦିର ଗୁଡିକ ପାଇଁ ଏପରି ଏକ ପାଖିଆ ତଥା ହିନ୍ଦୁ ଭାବନା ବିରୋଧୀ ଆଇନ କରିଛନ୍ତି ତାହା ବୁଝାପଡୁନାହିଁ । ସମ୍ବିଧାନର ଧାରା ୯, ସମ୍ବିଧାନର ଧାରା ୨୫, ଧାରା ୨୬ର ଖୋଲା ଉଲଙ୍ଘନ କରି ହିନ୍ଦୁମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର ।

ଓଡିଶା ସରକାର ଦେଶରେ ସମସ୍ତ ରାଜ୍ୟରେ ମନ୍ଦିର ଖୋଲିବା ପରେ ହିଁ ଓଡିଶାରେ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଥିଲେ । ଆନ୍ଧ୍ରରେ ତିରୁପତି ମନ୍ଦିର ଭକ୍ତ ମାନଙ୍କ ପାଇଁ ଜୁନ ମାସ ୧୧ ତାରିଖରୁ ଖୋଲି ସାରିଲାଣି । ସେବେଠାରୁ କୋଭିଡ ଗାଇଡ ଲାଇନ ମାନି ସେଠାରେ ସାଧାରଣ ଲୋକମାନେ ଦର୍ଶନ କରୁଛନ୍ତି । କୌଣସି କରୋନା ନେଗେଟିଭ ରିପୋର୍ଟ ଦରକାର ପଡୁନି କାହାକୁ । ସେହିପରି ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଅକ୍ଟୋବର ୧୩ରୁ, କେରଳର ପଦ୍ମନାଭସ୍ୱାମୀ ମନ୍ଦିର ଅଗଷ୍ଟ ୨୬ରୁ, କୋଲକତା କାଳି ମନ୍ଦିର ଜୁନ ୧୦ରୁ, ଆସାମ କାମାକ୍ଷା ମନ୍ଦିର ସେପ୍ଟେମ୍ବର ୨୪ରୁ, କାଶି ବିଶ୍ୱନାଥ ମନ୍ଦିର ଜୁନ ୯ ତାରିଖରୁ ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲିସାରିଲାଣି । ଏସବୁ ମନ୍ଦିର ମାର୍ଚ୍ଚ ୨୧ ତାରିଖରେ କରୋନା ପାଇଁ ସାଧାରଣ ଲୋକମାନଙ୍କ ପାଇଁ ବନ୍ଦ ହୋଇଥିଲା । ଏହି ସବୁ ମନ୍ଦିରରେ ପ୍ରବେଶ ପାଇଁ କୌଣସି କରୋନା ନେଗେଟିଭ ରିପୋର୍ଟର ଆବଶ୍ୟକତା ନାହିଁ ।

ଓଡିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ନିଷ୍ପତି ନେଲେ ଡିସେମ୍ବର ୨୫ ପରେ । ହେଲେ ଓଡିଶା ସରକାର କାହିଁକି କେବଳ ମନ୍ଦିରରେ ପ୍ରବେଶ କରିବା ପାଇଁ କରୋନା ନେଗେଟିଭ ରିପୋର୍ଟକୁ ବାଧ୍ୟତାମୁଳକ କରିଛନ୍ତି ? 

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:alexander-duff-the-real-culprit-who-ruined-our-education-system

ଆଲେକ୍ସଜାଣ୍ଡାର୍ ଡଫ୍: ଆମର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଥିବା ପ୍ରକୃତ ଅପରାଧୀ

The Independence:Rising-death-rate-proves-how-Ramzan-played-a-fatal-role-to-spread-deadly-Corona-virus

ରମଜାନ ପାଇଁ ବଢିଛି କରୋନା ମୃତ୍ୟୁ ସଂଖ୍ୟା

The Independence:Toolkit-Congress-Exposed-Rahul-Gandhi-Exposed

ଟୁଲକିଟ ଓ କଂଗ୍ରେସ ଦଳର ରାଜନୀତିର ସ୍ତର

The Independence:Mahmud-Ghazni-PFI-war-against-Hindu-learnt-since-1000-years

ମାମୁଦ ଗଜନିରୁ କେରଳର ପିଏଫଆଇ, ହିନ୍ଦୁ ଶିଖିଲେ କଣ ?

The Independence:Prime-Minister-reiterates-in-RajyaSabha-MSP-to-continue

“ଏମଏସପି ଥିଲା, ଏମଏସପି ଅଛି ଓ ଏମଏସପି ରହିବ ,ଦୟାକରି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ”– ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ

The Independence:Patanjali-YogPeeth-Joshi-Math-Tragedy

ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ଅନାଥ ହୋଇଥିବା ପିଲା ମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବ ପତଂଜଳି ଯୋଗପୀଠ

The Independence:pm-narendra-modi-in-west-bengal-haldia-mamata-banerjee

“ସେ ଭାରତ ମାତା କି ଜୟ କହିଲେ ରାଗି ଯାଆନ୍ତି,ହେଲେ ଦେଶ ବିରୁଦ୍ଧରେ ବିଷ ଓଗାଳୁଥିବାଙ୍କ ବିରୁଦ୍ଧରେ ନୁହେଁ” – ମମତାଙ୍କ ଉପରେ ବର୍ଷିଲେ ମୋଦି

The Independence:Greta-Thunberg-reveals-conspiracy-trouble-India-The-Independence

ଗ୍ରେଟା ଥନବର୍ଗ, ଟୁଲକିଟ ଓ ଭାରତ ବିରୋଧୀ ବୈଶ୍ୱିକ ଷଡଯନ୍ତ୍ର

The Independence:yogendra-yadav-anti-india-activities-threat-to-india-ip-extension-delhi-society

‘ଦେଶଦ୍ରୋହୀ’ ଯୋଗେନ୍ଦ୍ର ଯାଦବ ଭାରତ ପାଇଁ ବିପଦ, ସୋସାଇଟି ଲୋକ ମାନେ ତାଙ୍କୁ ବାହାର କରିବା ପାଇଁ କଲେ ବିକ୍ଷୋଭ

The Independence:farmer-tractor-rally-protest-red-fort-investigation-by-encounter-specialist-acp-lalit-mohan-negi

ଏନକାଉଣ୍ଟର ସ୍ପେସାଲିଷ୍ଟ ଏସିପି ଲଳିତ ମୋହନ ନେଗୀ କରିବେ ଲାଲ କିଲ୍ଲା ଉପରେ ହିଂସା ମାମଲାର ଜାଂଚ, ଦେଖନ୍ତୁ ଭାଇରାଲ ହୋଇଥିବା ଭିଡିଓ ଓ ଫଟୋ

The Independence:case-against-journalist-for-spreading-fake-news-on-farmer-protest

ଫେକ ନ୍ୟୁଜ ପ୍ରଚାରିତ କରିଥିବା ସାମ୍ବାଦିକ ମଧ୍ୟ ୟୁପି ପୋଲିସର ରାଡାରରେ, ରାଜଦୀପ, ଶଶୀ ଥରୁର ସମେତ 11 ଜଣଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ

The Independence:farmer-leader-rakesh-tikait-threatened-suicide-said-farmers-are-being-tortured

ରାକେଶ ଟିକାୟତଙ୍କ ଉପରେ ଲାଗିଲା UAPA:ମିଡିଆ ସାମନାରେ କାନ୍ଦି କହିଲେ ଗିରଫ କଲେ କରିବି ଆତ୍ମହତ୍ୟା

The Independence:ASI-unearths-ancient-temple-floor-near-Suka-Sari-complex-in-Bhubaneswar

ମାଟିତଳୁ ଉଦ୍ଧାର ହେଲା ଦଶମ ଶତାବ୍ଦୀର ପାର୍ଶ୍ୱ ମନ୍ଦିର

The Independence:PM-pays-tribute-to-Lala-Lajpat-Rai

ଜୟନ୍ତୀରେ ପଂଜାବ କେଶରୀଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

The Independence:Yogi-Adityanath-donates-Rs-one-crore-on-behalf-of-Goraksh-Peeth-for-construction-of-Ram-Temple

ଯୋଗୀ ଆଦିତ୍ୟନାଥ ଗୋରକ୍ଷ ପୀଠ ତରଫରୁ ରାମ ମନ୍ଦିର ପାଇଁ ଦେଲେ ଏକ କୋଟି ଟଙ୍କାର ସମର୍ପଣ ରାଶି

The Independence:delhi-police-register-firs-against-farmer-leaders-including-yogendra-yadav-200-rioters-detained-so-far

ଯୋଗେନ୍ଦ୍ର ଯାଦବ ସମେତ ଅନ୍ୟ ଚାଷୀ ନେତାଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ କଲା ଏଫଆଇଆର, ବର୍ତମାନ ସୁଦ୍ଧା 200 ଦଙ୍ଗାକାରୀ ଅଟକ

The Independence:injured-farmer-died-protesters-not-helping-police-taking-hospital

ଟ୍ରାକ୍ଟର ଓଲଟିବା ପରେ ମଧ୍ୟ ଜୀବିତ ଥିଲା ଚାଷୀ, ପ୍ରଦର୍ଶନକାରୀ ଡାକ୍ତରଖାନା ନେଲେ ନାହିଁ, ପୋଲିସକୁ ନେବାକୁ ଦେଲେ ନାହିଁ, ଟିଭି ଚାନେଲର ରହସ୍ୟୋଦଘାଟନ

The Independence:People-demand-arrest-of-Rajdeep-for-spreading-fake-news

ଫେକ ନ୍ୟୁଜ ପାଇଁ ରାଜଦୀପଙ୍କୁ ଗିରଫ କରିବାକୁ ସୋସିଆଲ ମିଡିଆରେ ଦାବି ଜୋର ଧରିଲା , ଦେଖନ୍ତୁ କିପରି ଫେକ ନ୍ୟୁଜ ପ୍ରଚାର କରୁଛନ୍ତି ରାଜଦୀପ

The Independence:The-violence-and-disturbances-unleashed-in-Delhi--the-sacred-Republic-Day-are-extremely-painful-and-deplorable-says-RSS

ଦିଲ୍ଲୀ ହିଂସା : ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ - ଆରଏସଏସ

The Independence:delhi-farmer-tractor-rally-vilence-liquor-sword-police

ଦେଶୀ- ବିଦେଶୀ ମଦରେ ଲଦା ହୋଇଥିଲା ପ୍ରଦର୍ଶନକାରୀ ଚାଷୀଙ୍କ ଟ୍ରାକ୍ଟର, ଦିଲ୍ଲୀପୋଲିସ କଲା ଜବତ , ଦେଖନ୍ତୁ ଫଟୋ

The Independence:rajdeep-sardesai-farmers-death-police-ito-delhi

ଦୃତ ଗତିରେ ଟ୍ରାକ୍ଟର କାରଣରୁ ଚାଷୀର ମୃତ୍ୟୁ, ରାଜଦୀପ କହିଲେ ପୋଲିସ ଗୁଳିରେ ହୋଇଛି ମୃତ୍ୟୁ, ପରେ ଟ୍ୱିଟକୁ କଲେ ଡିଲିଟ

The Independence:NO-PADMA-AWARD-FROM-BOLYWOOD

ବଲିଉଡରୁ କେହି ପାଇଲେ ନାହିଁ ପଦ୍ମ ସମ୍ମାନ, ଲୋକେ କହିଲେ ‘ମୋର ଦେଶ ବଦଳୁଛି ’

The Independence:imran-khan-mortgage-islamabad-fatima-jinnah-park

ଜିନ୍ନାଙ୍କ ଭଉଣୀଙ୍କ ପାର୍କକୁ ବନ୍ଧା ପକାଇବ ଇମରାନ ସରକାର, କାଙ୍ଗାଳ ହେବାରୁ ବର୍ତିବାକୁ ଦରକାର 500 ବିଲିୟନ ଟଙ୍କା

The Independence:Maulana-donates-1-lakh-Hundred-Rs-for-Construction-of-Ram-Temple-at-Ayodhya

ରାମ ମନ୍ଦିର ନିର୍ମାଣ ପାଇଁ ମୌଲାନା ସୟୈଦ କୈକବ ମୁଜତାବା ଦେଲେ 1 ଲକ୍ଷ 1 ଶତ ଟଙ୍କାର ସମର୍ପଣ ରାଶି

The Independence:63-years-old-ayub-from-surat-sixth-wife-refused-sex

ଷଷ୍ଠ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ପରେ ସପ୍ତମ ସ୍ତ୍ରୀ ଖୋଜୁଛି 63 ବର୍ଷୀୟ ଆୟୁବ, ମାମଲା ରୁଜୁ