ପଞ୍ଜାବ ବିଧାନସଭାକୁ ନେଇ ଏକଜିଟ ପୋଲରେ ହୋଇଥିବା ଆକଳନ ସତ ହେବାକୁ ଯାଉଛି । ଏଠାରେ ଆପ୍ ସରକାର ଗଠନ କରିବା ଦିଗରେ ଆଗକୁ ମାଡ଼ି ଚାଲିଛି । ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନରେ ଏବେ ଆପ୍ ୮୫ଟି ଆସନରେ ଲିଡ କରୁଥିବା ବେଳେ କଂଗ୍ରେସ ମାତ୍ର ୧୭ଟି ଆସନରେ ଆଗରେ ରହିଛି । ପଞ୍ଜାବରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୫୯ । ଅକାଳୀ ମେଣ୍ଟ ୧୦, ବିଜେପି ମେଣ୍ଟ ୪ ଓ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗରେ ରହିଛନ୍ତି । ୨୦୧୭ରେ କଂଗ୍ରେସ ଏଠାରେ ସରକାର ଗଠନ କରିଥିଲା ।