The Independence:Toolkit-Congress-Exposed-Rahul-Gandhi-Exposed

କରୋନାର ଏପରି ବିଷମ ପରିସ୍ଥିତିରେ ଆମ ଦେଶରେ କିଛି ରାଜନୈତିକ ଦଳମାନେ କରୋନାକୁ ଏକ ରାଜନୈତିକ ସୁଯୋଗ ବୋଲି ଭାବୁଛନ୍ତି । କିପରି କରୋନାକୁ ସରକାରଙ୍କର ଅକ୍ଷମତା ବୋଲି ଦେଖାଇ ସାଧାରଣ ଲୋକଙ୍କ ମନରେ ଭ୍ରମ ତିଆରି କରିହେବ ସେପରି ପ୍ରୟାସରେ ଲଗାତାର ଭାବରେ ଅଛନ୍ତି । ପୁର୍ବରୁ ସେପରି ଅନୁମାନ କରାଯାଉଥିଲା । କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ କଂଗ୍ରେସର ଏକ ଅତ୍ୟନ୍ତ ବିବାଦୀୟ ଟୁଲ କିଟ (କାର୍ଯ୍ୟକ୍ରମ, ଯୋଜନାର ରୂପରେଖ) ପ୍ରସାରିତ ହୋଇଛି ।

ବିଜେପି ଏହାକୁ କଂଗ୍ରେସର ବୋଲି କହୁଥିଲା ବେଳେ କଂଗ୍ରେସ କିନ୍ତୁ ଏହାକୁ ଖଣ୍ଡନ କରିଛି । ଯଦିଓ ଏହି ଟୁଲ କିଟକୁ କଂଗ୍ରେସ ତାର ନିଜର ନୁହେଁ ବୋଲି କହି ଖଣ୍ଡନ କରୁଛି କିନ୍ତୁ ସେଥିରେ ଯେଉଁ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୁମ୍ଭ ମେଳା, ବିଭିନ୍ନ ରାଜ୍ୟରେ ବିଜେପି ସରକାରକୁ ବଦାନମ କରିବା ପାଇଁ ଓ କଂଗ୍ରେସର ସେବା କାମକୁ ପ୍ରଚାର ପ୍ରସାର କରିବା ପାଇଁ ଯେଉଁ ଯେଉଁ ତରିକା ଆପଣାଇବା  କଥା କୁହାଯାଇଛି କଂଗ୍ରେସ ଦଳ ଓ ତାହାର ଅନୁବନ୍ଧିତ ଦଳମାନେ ଠିକ ସେହି ସେହି ତରିକା ଆପଣାଉଛନ୍ତି । ସାମାଜିକ ଗଣମାଧ୍ୟମ ଏହି ଟୁଲକିଟର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି ଯାହାକୁ ନେଇ କଂଗ୍ରେସ ଦଳ ଅତି ଉସ୍ତ୍ରାହକୁ ଆସିଯାଇଥିଲା । ହେଲେ ଯେତେବେଳେ ବିଜେପି ଏହି ଟୁଲକିଟର ଉସ୍ତ୍ର ଓ କିଏ ତାକୁ ସମସ୍ତଙ୍କୁ ଇମେଲ କରିଥିଲେ, ଇମେଲ କରିଥିବା ମହିଳା ଜଣଙ୍କ କିପରି କଂଗ୍ରେସ ଦଳର ସକ୍ରିୟ ରାଜନେତ୍ରୀ ଏସବୁ କଥା ପ୍ରମାଣ ରଖିବା ପରେ ଏବେ ପୁଣି କଂଗ୍ରେସ ବ୍ୟାକଫୁଟରେ । ସେ ମହିଳା ନେତ୍ରୀ ଜଣଙ୍କ ତାଙ୍କର ସମସ୍ତ ସାମାଜିକ ଗଣମାଧ୍ୟମରୁ ନିଜର ଆକାଉଂଟକୁ ହଠାତ ଡିଲିଟ କରିଦେବା ପ୍ରକାରାନ୍ତରେ ପ୍ରମାଣ କରୁଛି ଯେ କଂଗ୍ରେସ ହି ସେହି ଟୁଲକିଟର ସ୍ରଷ୍ଟା ।

କିଛି ଅସୁବିଧା ନାହିଁ କେନ୍ଦ୍ର ସରକାରଙ୍କୁ କରୋନା ପାଇଁ ଦାୟୀ କରିବାରେ । ଯିଏ ଶାସନରେ ରହିବ ସିଏ ଲୋକଙ୍କ ସବୁକିଛିର ଦାୟୀତ୍ୱ ନେବାକୁ ହେବ । ହେଲେ ଗୋଟିଏ ରାଜନୈତିକ ଦଳକୁ ଦାୟୀ କରିବାକୁ ଯାଇ ଯେ ପୁରା ହିନ୍ଦୁ ସମାଜକୁ, ପୁରା ଦେଶକୁ ବଦାନମ କରାଯିବ ତାହା ଗ୍ରହଣୀୟ ଅଟେ କି ? ରାଜନୀତି ଯଦି ଏହି ସ୍ତରରେ ପହଂଚିବ ଓ କ୍ଷମତାପାଇଁ ରାଜନୈତିକ ଦଳମାନେ ଦେଶକୁ ବି ବଦନାମ କରିବା ପାଇଁ ପଛେଇବେ ନାହିଁ ତାହା ହେଲେ ଏହାଠାରୁ ଆଉ ଖରାପ ଦିନ ନଥାଇ ପାରେ । କରୋନା ଠାରୁ ବି ସେହି ରାଜନୈତିକ ଦଳମାନଙ୍କର ବିଚାରଧାରା ଆହୁରି ଅଧୀକ କ୍ଷତିକାରକ ହେବ । କୁମ୍ଭ ମେଳା ପାଇଁ ଭାରତରେ କରୋନା ବ୍ୟାପିଲା, କୁମ୍ଭ ମେଳା ହେଉଛି ହିନ୍ଦୁ ରାଜନୈତିକ ଉଗ୍ର ବିଚାରର ଏକ ଶକ୍ତି ପ୍ରଦର୍ଶନକାରି ଉସ୍ତ୍ରବ ଏକଥା ସେହି ଟୁଲକିଟରେ ଲେଖାଯାଇଛି । ସେମାନେ ଭୁଲି ଯାଉଛନ୍ତି କୁମ୍ଭ ମେଳାର ପରମ୍ପରା କାହିଁ କେତେ ହଜାର ବର୍ଷ ତଳର । ଯେତେବେଳେ ଦେଶରେ କୌଣସି ରାଜନୈତିକ ଦଳମାନଙ୍କର ଜନ୍ମ ବି ହୋଇନଥିଲା ସେତେବଳେ ଦେଶରେ କୁମ୍ଭ ମେଳା ହେଉଥିଲା । କୁମ୍ଭ ମେଳାକୁ ଏପରି ବଦନାମ କରି ସେମାନେ କେବଳ ହିନ୍ଦୁମାନଙ୍କ ଆସ୍ଥା ଉପରେ କଳା ବୋଳି ନାହାନ୍ତି ବଂର ଯେଉଁ ସାଧୁସନ୍ଥ ମାନେ ଆମ ସମାଜର ପୁଜ୍ୟ ସେମାନଙ୍କୁ ମଧ୍ୟ ଅପମାନ କରିଛନ୍ତି । ଏବଂ ଇଦକୁ ଏକ ସାମାଜିକ ସଦଭାବନା ଉସ୍ତ୍ରବ ଭାବରେ ଦେଖାଯାଉ ବୋଲି ଟୁଲକିଟରେ କୁହାଯାଇଛି ।

ସେହି ଟୁଲକିଟରେ କରୋନାର ଏହି ଦ୍ୱିତୀୟ ଲହରକୁ ଭାରତୀୟ ପ୍ରକାର (ଇଣ୍ଡିଆନ ଭାରିଏଂଟ) ବୋଲି ପ୍ରଚାର କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଭାବନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥରେ ସିଙ୍ଗାପୁର ଭାରିଏଂଟ କହିଲେ ବୋଲି ସିଙ୍ଗାପୁର ଭଳି ଛୋଟିଆ ଦେଶ ଏହାର କେଡେ କଡା ବିରୋଧ କରିଲା । ହେଲେ ଏମାନେ ୧୩୦ କୋଟିର ଦେଶର ଇଜ୍ଜତକୁ ବୁଝିପାରିଲେ ନାହିଁ, ଏହାକୁ ବଦନାମ କରିବା ପାଇଁ ଇଣ୍ଡିଆନ ଭାରିଏଂଟ କହିବା ପାଇଁ ଯୋଜନା କରିଲେ । 

କାହିଁକି କେନ୍ଦ୍ର ସରକାର ୧୦୦୦ କୋଟିର ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ କରୋନା ସମୟରେ ଆରମ୍ଭ କରିଲେ ଯାହା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ତାହା ସେହି ଟୁଲକିଟରେ ଅଛି । ସାମାଜିକ ଗଣମାଧ୍ୟମରେ ତ କିଛି ଲୋକ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ମୋଦିଙ୍କ ବାସଗୃହ ବୋଲି କହି ଆକ୍ଷେପ ବି କରିଥିଲେ । ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପ ହେଉଛି ୨୦୧୨ର କଂଗ୍ରେସ ସମୟର ଯୋଜନା । ସେମାନେ ଏହାର ବ୍ୟୟ ଅଟକଳ କରିଥିଲେ ୩୦୦୦ ହଜାର କୋଟି ଯାହାକୁ କେନ୍ଦ୍ର ସରକାର କମାଇ ୮୦୦ କୋଟିରେ କରୁଛନ୍ତି । 

ପିଏମ କେଆର ଫଣ୍ଡକୁ ବଦନାମ କରିବା ପାଇଁ ସବୁ ପ୍ରକାର ତରିକା ଆପଣାଇବା ପାଇଁ ଟୁଲକିଟରେ କୁହାଯାଇଛି । ବାସ୍ତବରେ ବିଭିନ୍ନ ରାଜ୍ୟକୁ ଅମ୍ଲଜାନ ଯୋଗାଇବାଠାରୁ ନେଇ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ତିଆରି କରିବା, ଭେଂଟିଲେଟର ଯୋଗାଇ ଦେବା, ପିପିଇ କିଟ, ଆବଶ୍ୟକୀୟ ଔଷଧ, ଟୀକା ସବୁ ପିଏମ କେଆର ଫଣ୍ଡରେ ମିଳିଥିବା ଅର୍ଥରେ କେନ୍ଦ୍ର ସରକାର ଯୋଗାଇଛନ୍ତି । କିନ୍ତୁ କଂଗ୍ରେସ ଦଳ ଏହାକୁ ବଦନାମ କରିବା ପାଇଁ, ପିଏମ କେଆର ଫଣ୍ଡ ହେଉଛି ବିଜେପିର ପାଂଠି, ଏହାର ଆୟ ବ୍ୟୟର କୌଣସି ସ୍ୱଛତା ନାହିଁ ଇତ୍ୟାଦି କଥା ସେହି ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛି ।

ଟୁଲ କିଟରେ ନିର୍ଦ୍ଦେଶ ଦିଆଯାଇଛି ଯେ କରୋନାରେ ଶ୍ମଶାନରେ ଥିବା ମୃତ୍ୟୁ ଶରୀରକୁ ଏପରି ଦେଖାଅ ଯେପରି ସାଧାରଣ ଲୋକମାନେ ଭୟ କରିବେ, ସେମାନଙ୍କର ମନରେ କେନ୍ଦ୍ର ସରକାର ପ୍ରତି ଘୃଣା ତିଆରି ହେବ । ଅର୍ନ୍ତଜାତିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରି ସେ ତିଆରି କରିଥିବା ତାଙ୍କର ବ୍ୟକ୍ତିତ୍ୱକୁ ବଦନାମ କର । ଶେଷରେ ଏକ ଜାତୀୟ ସ୍ତରର ରାଜନୈତିକ ଦଳ ମୃତ୍ୟୁ ଶବ ଉପରେ ରାଜନୀତି କରିବା ପାଇଁ ପଛାଇଲା ନାହିଁ ଏହାଠାରୁ ବଳି ଆଉ ନିନ୍ଦନୀୟ ଖବର ଆଉ କଣ ହୋଇପାରେ ।

ଗୋଟିଏ କଥା ଅଛି ସତ କହିଲେ ପ୍ରମାଣ ଦେଖାଇବାକୁ ପଡେ । ମିଛ ପାଇଁ ସେସବୁର ଆବଶ୍ୟକତା ନାହିଁ । ମିଛ କହିବା ପାଇଁ କେବଳ ଆବଶ୍ୟକତା ହେଉଛି ପ୍ରଥମେ କହିବା ଓ ଲୋକ ମନରେ ସନ୍ଦେହ ତିଆରି କରିବା, ଯାହା ସେ ଟୁଲକିଟ କରିଛି । ଶେଷରେ ଏତିକି କହିପାରିବା, ରାଜନୀତି ହେଉ କିନ୍ତୁ ଦେଶ ଓ ଆସ୍ଥାକୁ ବଦନାମ ନକରାଯାଉ । 

Video - https://www.youtube.com/watch?v=Gpw9UsjCnSE

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ