ଚେନ୍ନାଇ – ଆୟକର ବିଭାଗ ପକ୍ଷରୁ ଖ୍ରୀଷ୍ଟ ପ୍ରଚାରକ ପାଲ ଦୀନାକରନର ବିଭିନ୍ନ ଠିକଣା ଉପରେ କରାଯାଇଥିବା ଚଢାଉରେ ବିପୁଳ ପରିମାଣରେ ବେଆଇନ ଅର୍ଥ ଓ ସ୍ୱର୍ଣ ମିଳିଛି । ତାର 25 ଟି ସ୍ଥାନରେ କିଛି ଦିନ ତଳେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ତା ଠାରୁ 118 କୋଟି ଟଙ୍କାର ବେଆଇନ ସଂପତ୍ତି ମିଳିଛି ଯାହାର କୌଣସି ହିସାବ ନାହିଁ । ସେହି ପରି ତା ନିକଟରୁ 4.5କିଲୋଗ୍ରାମର ସ୍ବର୍ଣ ମଧ୍ୟମିଳିଛି । ଏହାର ମଧ୍ୟ କୌଣସି ପ୍ରକାର ହିସାବ ନାହିଁ ।