ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲୀ ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସା ଓ ବର୍ବରତା ଘଟଣାର ଜାଂଚ ଏନକାଉଂଟର ସ୍ପେଶାଲିଷ୍ଟ ଏସିପି ଲଳିତ ମୋହନ ନେଗୀ କରିବେ । ଏହି ଘଟଣାରେ ସାମିଲ ହୋଇଥିବା ଲୋକ ମାନଙ୍କ ବିରୁଦ୍ଧରେ ୟୁଏପିଏ ଓ ଦେଶଦ୍ରୋହର କିଛି ଧାରାରେ ମାମଲା ରୁଜୁ କରା ଯାଇଛି ।
ନ୍ୟୁଜ ଏଜେନ୍ସି ଏଏନଆଇ ଲାଲକିଲ୍ଲାର ଭିତରେ ଓ ବାହାରର ଭିଡିଓ ଶେୟାର କରିଛି । ଏଥିରେ ଦଙ୍ଗାକାରୀ ମାନଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖା ଯାଇ ପାରେ ।
ଭାଇରାଲ ହେଇଥିବା ଫଟୋରେ ତଥାକଥିତ ଚାଷୀ ମାନଙ୍କ ଦ୍ବାରା କିପରି ଉପଦ୍ରବ କରାଯାଇଛି ତାହା ସ୍ପଷ୍ଟ ହୋଇ ଯାଉଛି ।
ଚାଷୀ ମାନଙ୍କ ଦ୍ବାରା ପୋଲିସ ଉପରେ ଆକ୍ରମଣର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।