ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ମୋହମ୍ମଦ ନସିମ ନାମକ ଏକ ବ୍ୟକ୍ତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ନସିମ ଭାରତକୁ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଦେଉଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଏହି ଭିଡିଓରେ ସେ ଭି଼ଡିଓ ତିଆରି କରୁଥିବା ବ୍ୟକ୍ତିକୁ ଧମକ ମଧ୍ୟ ଦେଉଛି । ସେ ଏହା ମଧ୍ୟ କହୁଛି ଯେ ଯାଅ, ଏହି ଭିଡିଓକୁ ଭାଇରାଲ କରି ଦିଅ ।
ଏହି ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରିବାର ଦାବି ଜୋର ଧରି ଥିଲା । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତା ମାନେ ତା ବିରୁଦ୍ଧରେ ମଛଲି ସହର ଥାନାରେ ଏତାଲା ଦେଇଥିଲେ । ଏ
ଏହି ମାମଲାକୁ ନେଇ ଉତ୍ତେଜନା ବଢିବାରେ ଲାଗିଥିଲା । ଉତ୍ତେଜନା ବଢୁଥିବାର ଦେଖି ଯୋଗୀଙ୍କ ପୋଲିସ ତାକୁ ଧରିବାକୁ ପ୍ରୟାସ କରିବା ଆରମ୍ଭ କରିଥିଲା । ଜୌନପୁର ପୋଲିସ ତାକୁ ମଛଲି ସହର ଥାନା ଅଂଚଳରେ ସାଦିଗଂଜ ନିକଟରେ ଥିବା ଗାଁରୁ ଗିରଫ କଲା ।
ତାକୁ ଗିରଫ କରିବା ପରେ ପୋଲିସ ତାକୁ ଥାନା ହାଜତରେ ରଖିଥିବା ଫଟୋକୁ ପୋଲିସ ଟ୍ୱିଟ କରିଥିଲା ।
ଏହା ସହିତ ଏବେ ତାର ଏକ ଅନ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ନସିମ ତାର କୃତ୍ୟ ପାଇଁ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି । ହିନ୍ଦୁସ୍ଥାନ ଜିନ୍ଦାବାଦ ମଧ୍ୟ କହୁଛି ।
ଏହି ଭିଡିଓରେ ସେ କହୁଛି – ମୁଁ ହିନ୍ଦୁସ୍ତାନରେ ରହେ । ହିନ୍ଦୁସ୍ତାନର ଲୁଣ ଖାଏ, ତେଣୁ ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି ଯେ ମୋତେ କ୍ଷମା କରି ଦିଅନ୍ତୁ । ଭବିଷ୍ୟତରେ ଏପରି ଭୁଲ ଆଉ କରିବି ନାହିଁ । ହିନ୍ଦୁସ୍ତାନ ଜିନ୍ଦାବାଦ ।
ଅନ୍ୟ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ ଭୁଇଁରେ ବସି କ୍ଷମା ମାଗୁଥିବା ଦେଖିବାକୁ ମିଳିଛି । ସେ ସମସ୍ତ ଦେଶବାସୀଙ୍କୁ କ୍ଷମା କରିବାକୁ ଅପିଲ କରୁଛି । ସେ କହୁଛି ଯେ ନିଶାରେ ଥିବା କାରଣରୁ ଏପରି କହିଥିଲି । ତେଣୁ ମୋତେ କ୍ଷମା କରି ଦିଅନ୍ତୁ ।