ଅକ୍ଟୋବର 24 ତାରିଖ ଦିନ ଟି-20 ବିଶ୍ୱକପରେ ଭାରତ- ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟ ପରେ ଜାମ୍ମୁ କାଶ୍ନୀରରେ ଖୁସିରେ ନାଚୁଥିବା ଛାତ୍ର ମାନଙ୍କ ବିରୁଦ୍ଧରେ ଜାମ୍ମୁ କାଶ୍ମୀର ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରିବ।
ମିଳିଥିବା ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ ପାକିସ୍ତାନର ବିଜୟ ପରେ ଖୁସି ମନାଇଥିବା ଛାତ୍ର ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଶ୍ରୀନଗରର ଡାଉନ ଟାଉନରେ ଅନେକ ସ୍ଥାନରେ ବିଜୟ ଉଲ୍ଲାସ ପାଳନ କରାଯାଇଥିବା କଥା କୁହା ଯାଉଛି । ମେଡିକାଲ କଲେଜର ଛାତ୍ର ଛାତ୍ରୀ ମାନେ ମଧ୍ୟ ଖୁସି ମନାଇଥିଲେ । ଏବେ ପୋଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ଜାଂଚ ଅଆରମ୍ଭ କରିଥିବା ଜଣା ପଡିଛି ।
ସ୍ଥାନୀୟ ଖବର ଅନୁସାରେ ପୋଲିସ ଏ ସମ୍ପର୍କରେ ଦୁଇଟି ଅଲଗା ଅଲଗା ମାମଲା ରୁଜୁ କରିଛି ।