ପଂଜାବରେ ଆମ ଆଦମୀ ପାର୍ଟିର ସରକାର ଗଠନ ହେବା ପୂର୍ବରୁ ବିଜ୍ଞାପନରେ 85 ଲକ୍ଷ ଟଙ୍କା ଖର୍ଚ କରାଯାଇଥିବା ଅଭିଯୋଗ ଆସିଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବାକୁ ଯାଉଥିବା ସମାରୋହ ପାଇଁ ଚାଷୀ ମାନଙ୍କ 40 ଏକରର ଗହମ ଫସଲକୁ ଖାଲି କରାଯାଉଛି ।
ଭଗବନ୍ତ ମାନ ଶହୀଦ ଭଗତ ସିଂହଙ୍କ ଗାଁ ଖଟକର କଲାଁରେ ଶପଥ ଗ୍ରହଣ କରିବାକୁ ଯୋଜନା କରିଛନ୍ତି ।
ସରକାର ଗଠନ କରିବା ପୁର୍ବରୁ ଭଗବନ୍ତ ମାନ ଓ ଆମ ଆଦମୀ ପାର୍ଟି 85 ଲକ୍ଷ ଟଙ୍କା ଟିଭିରେ ବିଜ୍ଞାପନ ଜାରୀ କରିଛନ୍ତି ।
ବିଜେପି ନେତା କପିଲ ଶର୍ମା ଏ ସମ୍ପର୍କରେ ଏକ ଟ୍ୱିଟ କରି କହିଛନ୍ତି ଯେ ପଂଜାବର ସ୍ଥାନୀୟ ଟିଭି ଚାନେଲରେ ଦୁଇ ଦିନରେ ପାଖାପାଖି ଏକ କୋଟି ଟଙ୍କାର ବିଜ୍ଞାପନ ଜାରୀ କରିଛି ଆମ ଆଦମୀ ପାର୍ଟି । 66 ସେକେଣ୍ଡର ବିଜ୍ଞାପନ 30 ଥର ପାଇଁ । ସେ କହିଛନ୍ତି ଯେ ଏହା ପଂଜାବର ଜନସାଧାରଣଙ୍କ ଅର୍ଥ । କେଜରିୱାଲ ମଡେଲ ଆନନ୍ଦ ନିଅନ୍ତୁ ।