ଲଖିମପୁର ଖିରୀରେ ତଥାକଥିତ ଚାଷୀ ଆନ୍ଦୋଳନକାରୀ ମାନେ ଯେଉଁ ହିଂସା କଲେ ସେଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଡ୍ରାଇଭର ହରିଓମ ମିଶ୍ର, ବିଜେପି କାର୍ଯ୍ୟକର୍ତା ଶ୍ୟାମସୁନ୍ଦର ନିଷାଦ, ଏବିପି ନ୍ୟୁଜର ସାମ୍ବାଦିକ ରମଣ କଶ୍ୟମଙ୍କ ବ୍ୟତୀତ ଆଉ ଜଣେ ଶୁଭମ ମିଶ୍ର ମଧ୍ୟ ରହିଛନ୍ତି । ଶୁଭମ ଜଣେ ଯୁବ କାର୍ଯକର୍ତା ଥିଲେ । ଦେଢ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ତାଙ୍କର ଏକ ଛୋଟ ପିଲା ମଧ୍ୟ ଅଛି । ତାଙ୍କର ପରିବାରର ସ୍ଥିତି ଅତ୍ୟନ୍ତ ଖରାପ ଅଛି ।
ଶୁଭମଙ୍କ ପିତା ବିଜୟ ମିଶ୍ର ପୋଲିସରେ ଯେଉଁ ଲିଖିତ ଅଭିଯୋଗ କରିଛନ୍ତି ସେଥିରେ ସେ କହିଛନ୍ତି ଯେ ତାଙ୍କ ପୁଅକୁ କେବଳ ମାରି ଦିଆଯାଇ ନାହିଁ ବରଂ ତାଙ୍କର ପର୍ସ ଓ ଚେନକୁ ମଧ୍ୟ ନେଇ ଯାଇଛନ୍ତି । ହତ୍ୟାକାରୀ ମାନେ ତାଙ୍କୁମାରିବା ପରେ ତାଙ୍କର ଚେନ ଓ ପର୍ସକୁ ମଧ୍ୟ ନେଇ ଯାଇଥିବା ଆଶଙ୍କା କରାଯାଉଛି । ତାଙ୍କର ପିତା ଏହି ମାମଲାରେ ତଜିନ୍ଦର ସିଂହ ବିର୍କ ନାମରେ ଜଣେ ବ୍ୟକ୍ତିଙ୍କ ନାମ ନେଇଛନ୍ତି ଓ ସମାଜବାଦୀ ପାର୍ଟିର ବୋଲି କୁହାଯାଇଛି। ଅଖିଳେଶ ଯାଦବଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି ।
ବିଜେପି ନେତା କପିଲ ମିଶ୍ର ଟ୍ବିଟ କରି କହିଛନ୍ତି ଯେ ତଥାକଥିତ ଚାଷୀ ମାନେ ଯୁବ କାର୍ଯକର୍ତା ଶୁଭମକୁ ପିଟି ପିଟି ହତ୍ୟା କରିଛନ୍ତି । ଦେଢ ବର୍ଷ ପୂର୍ବରୁ ହିଁ ତାଙ୍କର ବିବାହ ହୋଇଥିଲା । ତାଙ୍କର ହତ୍ୟାକାରୀକୁ କ୍ଷମା କରାଯାଇ ପାରିବ ନାହିଁ ।
ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେୋ ତାଙ୍କଶରୀରରେ ଅନେକ ଘା ରହିଛି । ତାଙ୍କୁ ପିଟି ପିଟି ଓ ଟଣା ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି ।