ଗଣତନ୍ତ୍ର ଦିବସ ସକାଳୁ ହିଁ ଚାଷୀ ମାନଙ୍କର ଉଗ୍ର ଆନ୍ଦୋଳନ ମଧ୍ୟରେ ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ଦୃତ ଗତିରେ ଟ୍ରାକ୍ଟର ଚଳାଉଥିବା କାରଣରୁ ତାହା ଓଲଟି ଜଣେ ଚାଷୀର ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ନେଇ ଇଣ୍ଡିଆ ଟୁଡେର ସାମ୍ବାଦିକ ରାଜଦୀପ ସରଦେସାଇ ଏକ ଫେକ ନ୍ୟୁଜ ନିଜ ଟ୍ବିଟର ହ୍ୟାଣ୍ଡଲରେ ଶେୟାର କରିଥିଲେ । ମାତ୍ର ଲୋକ ମାନେ ତାଙ୍କୁ ଏ ବିଷୟରେ ତାଙ୍କ ମିଛ ଧରା ପକାଇବା ପରେ ସେ ତାଙ୍କର ଏହି ଟ୍ବିଟକୁ ଡିଲିଟ କରି ଦେଇଛନ୍ତି ।
ରାଜଦୀପ ନିଜ ହ୍ୟାଣ୍ଡଲରେ ମୃତ ବ୍ୟକ୍ତିଙ୍କ ଶବର ଫଟୋକୁ ଶେୟାର କରି କହିଥିଲେ ଯେ ପୋଲିସ ଗୁଳିରେ ତାର ମୃତ୍ୟୁ ଘଟିଛି । ଚାଷୀ ମାନେ ତାଙ୍କୁ କହିଛନ୍ତି ଯେ ଏହି ବଳିଦାନ କେବେ ହେଲେ ବ୍ୟର୍ଥ ଯିବ ନାହିଁ ।
ତେବେ ବାସ୍ତବିକତା ହେଲା ଯେ ଟ୍ରାକ୍ଟର ଓଲଟି ଯିବା କାରଣରୁ ତାର ମୃତ୍ୟୁ ଘଟିଥିଲା, ପୋଲିସ ଗୁଳିରେ ନୁହେଁ ।