କପଡା ବ୍ୟବସାୟୀ ଭାବେ କାମ କରି କାଶ୍ମୀରରେ ଆତଙ୍କବାଦୀ ମାନଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିବା ଜଣେ ବ୍ୟକ୍ତିକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତାର ନାମ ହେଉଛି ମୋହମ୍ମଦ ୟାସିନ । ସେ ଲଶ୍କର ଓ ଅଲ ବଦର ପରି ଆତଙ୍କବାଦୀ ସଂଗଠନ ମାନଙ୍କୁ ଅର୍ଥ ପହଂଚାଉଥିଲା । ସେ ଦିଲ୍ଲୀରେ କପଡା ବ୍ୟବସାୟ କରୁଥିଲା ଯ
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ଜାମ୍ମୁ କାଶ୍ମୀର ପୋଲିସର ଏକ ଯୁଗ୍ମ ଟିମ ତାକୁ ଗିରଫ କରିବାରେ ସଫଳତା ପାଇଛି । ପୋଲିସ ତାକୁ ତୁର୍କମାନ ଗେଟରେ ଗିରଫ କରିଥିଲା ।
ପ୍ରାରମ୍ଭିକ ସୂଚନା ଅନୁସାରେ ସେ ହୱାଲା ଜରିଆରେ ଅର୍ଥ ପଠାଉଥିଲା । ସେ କିଛି ଦିନ ତଳେ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ଦଶ ଲକ୍ଷ ଟଙ୍କା ପଠାଇଥିଲା । କେନ୍ଦ୍ରୀୟ ଏଜେନ୍ସୀ ମାନେ ଏ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ ।