ନୂଆଦିଲ୍ଲୀ, 22 ଜାନୁଆରୀ – ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ସେନା ଓ ସୁରକ୍ଷା ବଳ ଲଗାତାର କାମ କରୁଛନ୍ତି । ଏହି କ୍ରମରେ ଗତ 2021 ବର୍ଷରେ ମୋଟ 182 ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏମାନଙ୍କ ମଧ୍ୟରୁ 44 ଜଣ ଆତଙ୍କବାଦୀ ମାନଙ୍କର ଟପ୍ କମାଣ୍ଡର ଅଛନ୍ତି । ନର୍ଦର୍ନ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ ଲେଫ୍ଚିନାଣ୍ଟ ଜେନେରାଲ ୱାଇ. କେ ଜୋଶୀ ଏହି ସୂଚନା ଦେଇଛନ୍ତି ।
ସେ ଗତ ବର୍ଷ ଅର୍ଥାତ 2021 ବର୍ଷକୁ ଜାମ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ଜବାନ ମାନଙ୍କ ପାଇଁ ଐତିହାସିକ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଗତ ବର୍ଷ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଘଟଣା ହ୍ରାସ ପାଇଛି ।
ନର୍ଦର୍ନ କମାଣ୍ଡର ଉଧମପୁର ସ୍ଥିତ ମୁଖ୍ୟାଳୟରେ ସେ କହିଛନ୍ତି ଯେ ସୁରକ୍ଷା ବଳ ଓ ଜାମ୍ମୁ କାଶ୍ମୀରର ଲୋକ ମାନଙ୍କ ପ୍ରୟାସ କାରଣରୁ ଆତଙ୍କବାଦୀ ମାନଙ୍କ ସହ ସମ୍ବନ୍ଧିତ ଘଟଣା, ପଥର ଫିଙ୍ଗା ଓ ଅନ୍ୟାନ୍ୟ ବିରୋଧ ପ୍ରଦର୍ଶନର ସଂଖ୍ୟା ଖୁବ ହ୍ରାସ ପାଇଛି ।