ଉତ୍ତର ପ୍ରଦେଶରେ ଇସଲାମରେ ସାମୁହିକ ଧର୍ମାନ୍ତିକରଣ କରୁଥିବା ରାକେଟର ବିଭିନ୍ନ ସଦସ୍ୟଙ୍କୁ ଯୋଗୀ ସରକାରଙ୍କ ପୋଲିସ କିଛି ମାସ ତଳେ ଗିରଫ କରିଥିଲା । ଇସଲାମୀ ଧର୍ମାନ୍ତରୀକରଣ ରାକେଟରେ ଗିରଫ ଲୋକଙ୍କ ଠାରୁ ଏବେ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳୁଛି ।
ଏହ ମାମଲାରେ କିଛି ଦିନ କଳେ ଗୁଜରାତର ବଡୋଦରା ଠାରୁ ଉତ୍ତର ପ୍ରଦେଶର ଏଟିଏସ ସଲ୍ଲାଉଦ୍ଦିନ ଜୈନୁଦ୍ଦିନ ଶେଖ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା ।
ଏହି ବ୍ୟକ୍ତିକୁ ପଚାରା ଉଚୁରା ପରେ ପୋଲିସ ଅନେକ ଚକିତ କରିବା ଭଳି ସୂଚନା ସାମନାକୁ ଆସିଛି ।
ଅଭିଯୁକ୍ତ ଶେଖ ପୋଲିସ ପଚାରା ଉଚୁରା ବେଳେ କହିଛି ଯେ ସେ (ଆମେରିକାନ ଫେଡେରେସନ ଅଫ ମୁସଲିମ ଅଫ ଇଣ୍ଡିଆନ ଅରିଜିନ ) ନାମକ ସଂସ୍ଥା ଜରିଆରେ ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନକୁ ଫଣ୍ଡିଂ କରିବା ସହ ଏଥିରେ ଅଭିଯୁକ୍ତ ମାନଙ୍କୁ ଆଇନଗତ ସହାୟତା ଯୋଗାଇବାକୁ 60 ଲକ୍ଷ ଟଙ୍କା ଖର୍ଚ କରିଛି ।
ସେ ଆହୁରି କହିଛି ଯେ ହିନ୍ଦୁ ମାନଙ୍କୁ ଇସଲାମରେ ମତାନ୍ତରିତ କରିବା ଓ ଗୁଜରାତ ଏବଂ ଅନ୍ୟ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ଖର୍ଚ କରିଛି ।
ସାମାଜିକ ସେବା ନାମରେ ସଲାଉଦ୍ଦିନ ଏହି ସଂସ୍ଥା ନାମରେ ବିଦେଶରୁ ଫଣ୍ଡିଂ ଆଣୁଥିଲା ।
ସେ ଏଫସିଆରଏ ଜରିଆରେ ଟଙ୍କା ଆଣୁଥିବା ବେଳେ ହବାଲା ଜରିଆରେ ମଧ୍ୟ ଟଙ୍କା ଆଣିଥିବା ସ୍ୱୀକାର କରିଛି।
ଉତ୍ତର ପ୍ରଦେଶର ଏଟିଏସ ଜାଂଚ ପରେ ଏହି ତଥ୍ୟ ପାଇବା ପରେ ଗୁଜରାତର ବଡୋଦରା ପୋଲିସ ମଧ୍ୟ ଏହି ମାମଲାକୁ ଜାଂଚ କରିବା ପାଇଁ ଏସଆଇଟି ଗଠନ କରିଛି ।
ଏଠାରେ ଉଲ୍ଲେଖ କରିବା ଜରୁରୀ ହେବ ଯେ ଉତ୍ତର ପ୍ରଦେଶରେ ପାଖାପାଖି ଏକ ହଜାର ଲୋକଙ୍କୁ ଇସଲାମରେ ମତାନ୍ତରିତ କରା ଯାଇଥିବା ନେଇ ସୂଚନା ମିଳିବା ପରେ ଯୋଗୀ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଥିଲେ ଓ ଏହାର ଜାଂଚ ପାଇଁ ଏସଆଇଟି ଗଠନ କରିଥିଲେ । ୟୁପି ଏଟିଏସ ଏହି ମାମଲାରେ ବର୍ତମାନ ଯାଏ ଦଶ ଜଣଙ୍କୁ ଗିରଫ କରି ସାରିଛି । ଏହି ରାକେଟର ସଦସ୍ୟ ମାନେ କଥା କହି ପାରୁ ନ ଥିବା ମୂକ ଓ ବଧୀର ଶିଶୁ ମାନଙ୍କୁ ମଧ୍ୟ ଛାଡୁ ନ ଥିଲେ ।