ଦୁବାଇର ଏକ ରେଡିଓ ଷ୍ଟେସନରେ ଏକ ପୋଲିସ ଅଧିକାରୀଙ୍କ ସାମନାରେ ସେତେବେଳେ ଅଜବ ପରିସ୍ଥିତି ସୃଷ୍ଟି ହେଲା ଯେତେବେଳେ ଜଣେ ଶ୍ରୋତା ତାଙ୍କୁ ପଚାରିଲା ଯେ ସେ ଗୋଟିଏ ସ୍ତ୍ରୀ ପାଖରେ ଅନେକ ଦିନ ହେଲା ରହିଲାଣି । ଯେହେତୁ ସେ ଦୁଇଟି ବିବାହ କରିଛି ସେ ଅନ୍ୟ ସ୍ତ୍ରୀ ନିକଟକୁ ଯାଇ ପାରିବ କି । ପୋଲିସ ତାକୁ ଏଇଥି ପାଇଁ ଛାଡିବ କି ।
ଉଲ୍ଲେଖନୀୟ ଯେ କରୋନା ପାଇଁ ଦୁବାଇରେ ସମସ୍ତଙ୍କୁ ଘରେ ରହିବାକୁ କୁହା ଯାଇଛି । ବାହାର ଅଂଚଳକୁ ସାନିଟାଇଜ କରାଯାଉଛି । ଏଭଳି ପରିସ୍ଥିତିରେ ଉକ୍ତ ବ୍ୟକ୍ତି ଜଣଙ୍କ ଏହି ପ୍ରଶ୍ନ ପଚାରିଥିଲେ । ତେବେ ପୋଲିସ ଅଧିକାରୀ ଜଣଙ୍କ ଜୋରରେ ହସି ତାଙ୍କୁ ଏପରି କରିବାକୁ ଅନୁମତି ଦେଇ ନ ଥିଲେ ।