ଭାରତର ପାରମ୍ପରିକ ଔଷଧକୁ ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତି ମିଳିଛି। ଭାରତୀୟ ପାରମ୍ପାରିକ ଔଷଧର ଅଧିକ ପ୍ରଚାର ପ୍ରସାର ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ଗୁଜରାଟର ଜାମନଗରରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଗ୍ଲୋବାଲ ସେଣ୍ଟର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମିଳିତ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଏଥିନେଇ ‘ହୁ’ ସହିତ ଆୟୁଷ ମନ୍ତ୍ରାଳୟର ଚୁକ୍ତି ସ୍ବାକ୍ଷରିତ ହୋଇସାରିଥିବା ଜଣାପଡ଼ିଛି।
ଭାରତର ପାରମ୍ପାରିକ ଔଷଧକୁ ନେଇ ଏବେ ମଧ୍ୟ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଚାହିଦା ରହିଛି। ତେବେ ଏହି ‘ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ(ଜିସିଟିଏମ୍) ପ୍ରତିଷ୍ଠା ହେବା ପରେ ବୈଜ୍ଞାନିକ ଉପାୟରେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରାଯିବା ସହିତ ଲୋକଙ୍କୁ ଯୋଗାଇ ଦିଆଯାଇପାରିବ ବୋଲି ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।