ଋଣ ବୋଝ ତଳେ ଦବି ରହିଥିବା ପାକିସ୍ତାନର ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବାକୁ ଯାଉଛି । ଏହା ସତ୍ୱେ ପାକିସ୍ତାନ ଏହି ଋଣ ସୁଝିବା ପରିବର୍ତେ ଆହୁରି ଅଧିକ ଋଣ ନେବା ବିକଳ୍ପ ଉପରେ ବିଚାର କରୁଥିବା ଜଣା ପଡିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନର ଇମରାନ ଖାନ ସରକାର ଏବେ ରାଜଧାନୀ ଇସଲାମାବାଦର ସବୁଠାରୁ ବଡ ପାର୍କକୁ ବନ୍ଧା ପକାଇ 5 ଶହ ବିଲିୟନ ଋଣ ହାସଲ କରିବାର ପ୍ରୟାସ କରୁଛି ।
ଏହି ପାର୍କ ଇସଲାମାବାଦର ଏଫ-9 ସେକ୍ଟରରେ ରହିଛି । ଏହାକୁ ବନ୍ଧା ପକାଇବାର ପ୍ରସ୍ତାବ ଆସନ୍ତା କାଲି ଇମରାନ ଖାନଙ୍କ କ୍ୟାବିନେଟରେ ଆସିବ । ଏହି ପାର୍କର ନାମ ପାକିସ୍ତାନର ମଦର-ଏ- ମିଲ୍ଲତ ଫାତିମା ଜିନ୍ନା ନାମରେ ରହିଛି। ଏହା ବର୍ତମାନ 759 ଏକରରେ ବ୍ୟାପିଛି ତଥା ଦେଶର ସବୁଠାରୁ ଅଧିକ ସବୁଜ ଅଂଚଳରେ ରହିଛି ।