ମ୍ୟୁନିଖ । ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପରାକ୍ରମ ଦିବସ ଭାବେ ପାଳନ କରା ଯିବା ପରିପ୍ରେକ୍ଷୀରେ ତାଙ୍କର ଝିଅ ଅନୀତା ବୋଷ କହିଛନ୍ତି ନେତାଜୀ ସୁଭାଷ ବୋଷଙ୍କ ଦେଶ ପ୍ରେମ ଅଦଭୁତ ଥିଲା।
ଦେଶ ପ୍ରେମ ଆଗରେ ସେ ସବୁକିଛି ତ୍ୟାଗ କରି ଦେଉଥିଲେ । ଜର୍ମାନୀରେ ଅର୍ଥନୀତିଜ୍ଞ ଅନୀତା ବୋଷ ନିଜର ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ ନେତାଜୀ ଚାହୁଁଥିଲେ ଯେ ଭାରତ ଆଧୁନିକ ହେବା ସହ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ର ହେଉ । ଭାରତର ମୂଳ ଧାର୍ମିକ ପରମ୍ପରା, ଦର୍ଶନ, ଇତିହାସ ମାମଲାରେ ସେତେ ଶକ୍ତିଶାଳୀ ହେଉ । ସେ ସ୍ବାଧୀନତା ଆନ୍ଦୋଳନ ସମୟରେ ଅନେକ ଗୁରୁତର ଆହ୍ବାନକୁ ସାହସିକ ଭାବେ ସାମନା କରିଥିଲେ ।
ସେ କହିଛନ୍ତି ଯେ ନେତାଜୀ ଏହି ସମ୍ମାନର ହକଦାର ଥିଲେ । ନେତାଜୀ କୁ ଅନେକ ନେତାଙ୍କ ସମର୍ଥନ ମିଳି ନ ଥିଲା, କଂଗ୍ରେସରେ ମଧ୍ୟ ତାଙ୍କର ଅନେକ ସମାଲୋଚକ ଥିଲେ ।