ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବରିଷ୍ଠ ନେତା ରୁଲଦା ସିଂହଙ୍କ ହତ୍ୟା ମାମଲାରେ ୟୁନାଇଟେଡ କିଙ୍ଗଡମ ପୋଲିସ ତିନି ଜଣ ଖଲିସ୍ତାନୀ ସମର୍ଥକଙ୍କୁ ଗିରଫ କରିଥିବା ଜଣା ପଡିଛି । ତିନି ଜଣ ଅଭିଯୁକ୍ତ ହେଲେ ଗୁରୁଶରଣବୀର ସିଂହ ବହିବାଲା, ଅମୃତବୀର ସିଂହ ବହିବାଲା ଓ ପ୍ୟାରା ସିଂହ ଗିଲ ।
ଉଲ୍ଲେଖନୀୟ ଯେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଆନୁଷାଙ୍ଗିକ ସଂଗଠନ ରାଷ୍ଟ୍ରୀୟ ଶିଖ ସଂଗତ ସହ ଜଡିତ ଥିଲେ । 2009 ମସିହାରେ ସେ ପାଟିଆଲା ଠାରେ ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିଲା ।