ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ବିଜନୌର ସ୍ଥିତ ଏକ ମଦ୍ରାସାରେ ଚଢାଉ କରିବା ପରେ ଆଶ୍ଚର୍ଯଜନକ ତଥ୍ୟ ସାମନାକୁ ଆସିଛି । ସେଠାରୁ ପୋଲିସ ଅବୈଧ ଅସ୍ତ୍ର ଶସ୍ତ୍ର ଓ ଜୀବନ୍ତ ଗୁଳି ଜବତ କରାଯାଇଛି । ସମ୍ବାଦପତ୍ରରେ ରିପୋର୍ଟ ଅନୁସାରେ ଏହି ମଦ୍ରାସା ଚଳାଉଥିବା ବ୍ୟକ୍ତି ମୋହମ୍ମଦ ସାଜିଦ ସମେତ ଛଅ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ମଦ୍ରାସାରେ 25 ଜଣ ଛାତ୍ର ଛାତ୍ରୀ ପଢନ୍ତି । ଏଠାରୁ ଅସ୍ତ୍ର ଶସ୍ତ୍ର ଯୋଗାଣ ହେଉଥିବା ସମ୍ପର୍କରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ ହୋଇଯାଇଛନ୍ତି ।
ପୋଲିସକୁ ମଦ୍ରାସା ସ୍ଥାନରୁ ଅସ୍ତ୍ରଶସ୍ତ୍ର ସପ୍ଲାଏ କରିବାରେ ବ୍ୟବହାର ହେଉଥିବା ସ୍ବିଫ୍ଟ ଡିଜାଏର ଗାଡି ମିଳିଛି ଯେଉଁଥିରେ ଶିବସେନା ଲେଖା ଯାଇଛି । ମଦ୍ରାସାରେ ହକିମ ଦ୍ୱାରା ଔଷଧ ଦେବା ଆଳରେ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯାଉଥିଲା ।