x ଏକ ଆମେରିକୀୟ ସଂସ୍ଥା ଫାଉଣ୍ଡେସନ ଫର ଡିଫେନ୍ସ ଅଫ ଡେମୋକ୍ରେସିଜ ପକ୍ଷରୁ ଆତଙ୍କବାଦୀ ସଂଗଠନ ଅଲ ସବାବ ପକ୍ଷରୁ ଜାରୀ ଏକ ଭିଡିଓ ଆଧାରରେ ଏକ ଲେଖା ପ୍ରକାଶିତ କରିଛି ଯେଉଁଥିରେ ଉଲ୍ଲେଖ ରହିଛି ଯେ ଅଲ କାଏଦାର ମୁଖ୍ୟ ଅଲ ଜବାହିରୀ କହିଛି ଯେ କାଶ୍ମୀରରେ ଜେହାଦ କେବଳ ସ୍ଥାନୀୟ ମୁସଲମାନ ମାନଙ୍କର ନୁହଁ ବରଂ ସମଗ୍ର ବିଶ୍ୱର ମୁସଲମାନଙ୍କର ।
ଜବାହିରୀ କେବଳ କେବଳ ସେତିକି କହି ନାହିଁ ଆହୁରି ସେ ଭାରତୀୟ ସେନା ଓ ସରକାରଙ୍କୁ ଲଗାତାର ହଇରାଣ କରିବାକୁ ଆହ୍ୱାନ କରିଛି । ସେ କହିଛି କାଶ୍ମୀର ମାମଲାରେ ପାକିସ୍ତାନ ଜେହାଦକୁ ସମ୍ପୂର୍ଣ ରୂପେ ସମର୍ଥନ ଦେଉଛି ଓ ଦେବ । ସେ କାଶ୍ମୀରକୁ ନ ଭୁଲିବାକୁ ଆହ୍ୱାନ ଦେଇଛି ।