The Independence:

 ଚୀନର ରାଷ୍ଟ୍ରପତି  ଜିନପିଙ୍ଗ (XI Jinping) ବର୍ତମାନ ଗଣମାଧ୍ୟମର ଶିରୋନାମାରେ ଅଛନ୍ତି । ଚଳିତ ତାଙ୍କ ସମ୍ପର୍କରେ ଚର୍ଚା ତାଇବାନ (Taiwan) ବା ହଙ୍ଗକଙ୍ଗକୁ ନେଇ ହେଉ ନାହିଁ । ଦକ୍ଷିଣ ଚୀନ ସାଗର ବା ପ୍ରଶାନ୍ତ ମହାସାଗରରେ (South China Sea / Pacific Ocean) ଚୀନର ସକ୍ରିୟତାକୁ ନେଇ ମଧ୍ୟ ହେଉ ନାହିଁ ।

ଚଳିତ ଥର ତାଙ୍କ ସମ୍ପର୍କରେ ଆଲୋଚନା ତାଙ୍କର ସ୍ୱାସ୍ଥ୍ୟକୁ ନେଇ ହେଉଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଜୋରଦାର ଚର୍ଚା  ସୋସିଆଲ ମିଡିଆରେ ହେଉଛି । କେବଳ ସୋସିଆଲ ମିଡିଆରେ ନୁହେଁ ଆନ୍ତର୍ଜାତିକ ମିଡିଆରେ ମଧ୍ୟ  ଏହାକୁ ନେଇ ଚର୍ଚା ହେଉଛି ।

ଏହି ଚର୍ଚା ଅନାୟାସ ହେଉ ନାହିଁ । ଏହା ପଛରେ ଏକ ବଡ କାରଣ ହେଲା ଯେ ଜିନ ପିଙ୍ଗ ଗତ ୬୦୦ ଦିନ ମଧ୍ୟରେ ସେ କୌଣସି ବିଦେଶ ଯାତ୍ରା କରି ନାହାନ୍ତି । ସବୁବେଳେ ଆନ୍ତର୍ଜାତିକ ପରିଦୃଶ୍ୟରେ ସକ୍ରିୟ ଥିବା ଜିନ ପିଙ୍ଗ ଗତ ୬୦୦ ଦିନ ମଧ୍ୟରେ କୌଣସି ବିଦେଶ ଗସ୍ତରେ ନ ଯିବା ଏହି ଆଲୋଚନାକୁ ଖୋରାକ ଯୋଗାଇଛି ।

ଶେଷ ଥର ପାଇଁ ସେ ୨୦୨୦ ମସିହା ଜାନୁଆରୀ ୧୮ ତାରିଖ ଦିନ ମ୍ୟାଁମାର ଗସ୍ତରେ ଯାଇଥିଲୋ  ତାଙ୍କର ସ୍ୱାସ୍ଥ୍ୟ ଠିକ ନ ଥିବା କାରଣରୁ ସେ ବିଦେଶ ଗସ୍ତରେ ଯାଉ ନ ଥିବା ନେଇ ମଧ୍ୟ ଅନେକ ରିପୋର୍ଟରେ କୁହା ଯାଉଛି ।

ଏ ସମ୍ପର୍କରେ ବିଶେଷଜ୍ଞ ମାନଙ୍କର କହିବା କଥା ଯେ ଚୀନରେ କମ୍ୟୁନିଷ୍ଟ ଶାସନ ରହିଛି । ସେଠାରେ ଲୋକ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଗଣତାନ୍ତ୍ରିକ ସରକାର ନାହିଁ ।

କମ୍ୟୁନିଷ୍ଟ ଶାସନରେ (Communisty Rules) ରାଷ୍ଟ୍ରପତି (China President) ସାଧାରଣ ଜନତା ପ୍ରତି ଉତରଦାୟୀ ହୋଇ ନଥାନ୍ତି । କମ୍ୟୁନିଷ୍ଟ ଶାସନରେ କେହି ବିରୋଧୀ ଦଳ ମଧ୍ୟ ନ ଥାନ୍ତି । ତେଣୁ ସେଠାରେ କେହି ତାଙ୍କୁ ପ୍ରଶ୍ନ ପଚାରିବାର ମଧ୍ୟ ସମ୍ଭାବନା ନ ଥାଏ ।

ଏହାର ଓଲଟା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିଶିଷ୍ଟ ଦେଶ ମାନଙ୍କରେ ଦେଶର ମୁଖ୍ୟ ସିଧା ସିଧା ସାଧାରଣ ଲୋକଙ୍କ ପ୍ରତି ଉତରଦାୟୀ ରହିଥାଏା କେବଳ ସେତିକି ନୁହେଁ ବିରୋଧୀ ଦଳ ମଧ୍ୟ ତାଙ୍କୁ ପ୍ରଶ୍ନ କରିଥାନ୍ତି । ସେ ସଂସଦ ପ୍ରତି ମଧ୍ୟ ଉତରଦାୟୀ ରହିଥାନ୍ତି ।

ତେଣୁ ଜିନପିଙ୍ଗ ୬୦୦ ଦିନ ଧରି କୌଣସି ବିଦେଶ ଗସ୍ତରେ ନ ଗଲେ ମଧ୍ୟ ଚୀନରେ ତାଙ୍କୁ କେହି ପ୍ରଶ୍ନ କରି ପାରିବେ ନାହିଁ । ତେଣୁ ମିଡିଆ ରିପୋର୍ଟରେ କିଛି ବି ହୋଇପାରେ । ମିଡିଆ ରିପୋର୍ଟ ସତ ହୋଇ ପାରେ, ସତ ନ ହୋଇ ପାରୋ କାରଣ କମ୍ୟୁନିଷ୍ଟ ବ୍ୟବସ୍ଥାରେ ଏପରି ସ୍ଥିତିକୁ ଅସହଜ ସ୍ଥିତି ବୋଲି ଧରା ଯାଇ ପାରିବ ନାହିଁ ।

ଆନ୍ତର୍ଜାତିକ ମିଡିଆ ରିପୋର୍ଟ ମାନଙ୍କରେ କୁହା ଯାଇଛି ଯେ ବର୍ତମାନ ପରିଦୃଶ୍ୟରେ ଏପରି ସଂକେତ ମିଳିଛି ଯେ ଜିନପିଙ୍ଗ କୌଣସି ବିଦେଶୀ ନେତା ସହ ପ୍ରତ୍ୟକ୍ଷ ଭେଟ କରୁ ନାହାନ୍ତି ।

ତେବେ ଚୀନର ରାଷ୍ଟ୍ରପତି ଟେଲିଫୋନ ଯୋଗେ କଥାବାର୍ତା ଉପରେ ଜୋର ଦେଉଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଟେଲିଫୋନରେ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ କଥାବାର୍ତା ଉପରେ ଜୋର ଦେଉଥିବା  ରିପୋର୍ଟ ମାନଙ୍କରେ କୁହା ଯାଇଛି ।

ସେହିପରି ସେ ଭର୍ଚୁଆଲ ବୈଠକ ମାନଙ୍କରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜିନପିଙ୍ଗ ୧୨ରୁ ଅଧିକ ଆନ୍ତର୍ଜାତିକ ବୈଠକରେ ଭର୍ଚୁଆଲ ବୈଠକରେ ସାମିଲ ହେଉଛନ୍ତି ।

ତେବେ ଏହି ସମୟ ମଧ୍ୟରେ ଚୀନର ରାଷ୍ଟ୍ରପତି ଅନ୍ୟ ଦୁଇ ଦେଶର ବଡ କୂଟନୈତିକ ନେତାଙ୍କ  ସହ ପୂର୍ବ ନିର୍ଧାରିତ ବୈଠକକୁ ବିନା କୌଣସି କାରଣରେ ରଦ୍ଦ କରି ଦେଇଥିଲେ ।

୨୦୧୯ ମସିହା ମାର୍ଚ ମାସରେ ଇଟାଲୀ  ଓ ଫ୍ରାନ୍ସ ଗସ୍ତ କାଳରେ ଗାର୍ଡ ଅଫ ଅନର ପ୍ରଦାନ ସମୟରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କ ଗୋଡ ଥରିବା ଦେଖା ଯାଇଥିଲା । ସେହିପରି ସେତେବେଳେ  ଫ୍ରାନ୍ସର ରାଷ୍ଟ୍ରପତି ମେକ୍ରୋଁଙ୍କ ସହ ଆଲୋଚନା ବେଳେ ବସିବା ସମୟରେ ଚେୟାରକୁ ଧରି ବସିଥିବା ଦେଖିବାକୁ ମିଳିଥିଲା ।

Author Image

Independence News

Recent Posts

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ