The Independence:Odisha-Foreigner-Tablighi--Jamaati-Arrested

 ଏପ୍ରିଲ ୧ । ରାଜ୍ୟ ସରକାର ମାନିଲେ କି ରାଜ୍ୟରେ ଅଛନ୍ତି ୭ ବିଦେଶି ତବଲିଗ ଧର୍ମପ୍ରଚାରକ । ୬ ଜଣ ସୁଦାନର ଆଉ ଜଣେ ଅନ୍ୟ ଏକ ଆଫ୍ରିକିୟ ଦେଶର । ଏମାନେ ସମସ୍ତେ ଥିଲେ ରାଉରକେଲାରେ କ୍ୱାରଂଟାଇନରେ । ବର୍ତମାନ ଏମାନଙ୍କର କ୍ୱାରଂଟାଇନ ସରିଛି । ହେଲେ ଏବେ ସୁଦ୍ଧା ସେମାନେ କାହିଁକି ଗିରଫ ହୋଇନାହାନ୍ତି । ଭିସା ଆଇନ ଉଲଙ୍ଘନରେ ସେମାନଙ୍କୁ ରାଜ୍ୟ ସରକାର ଗିରଫ କରିବା କଥା ଯାହା ଏବେ ସୁଦ୍ଧା ରାଜ୍ୟ ସରକାର କରିନାହାନ୍ତି । ଏପରିକି ସେମାନେ ଏବେ କେଉଁଠି ଅଛନ୍ତି ସେ ବିଷୟରେ ବି ରାଜ୍ୟ ସରକାର କୌଣସି ତଥ୍ୟ ଦେଉନାହାନ୍ତି । ସେହି ବିଦେଶୀ ତବଲିଗମାନେ ଭାରତକୁ ଆସିଥିଲେ ପର୍ଯ୍ୟଟନ ଭିସାରେ । ପର୍ଯ୍ୟଟନ ଭିସାର ନିୟମକୁ ଭାଙ୍ଗି ସେମାନେ ଦିଲ୍ଲିରେ ଆୟୋଜିତ ଜମାତରେ ଯୋଗଦେଲେ । ଏହାପରେ ସେମାନେ ଓଡିଶା ଆସିଥିଲେ ସେମାନଙ୍କର ଧର୍ମପ୍ରଚାର କାମରେ ଯାହା ସମ୍ପୃର୍ଣ୍ଣ ବେଆଇନ । କାରଣ କୌଣସି ବିଦେଶୀ ଆସିକି ଆମ ଦେଶରେ ଧର୍ମ ପ୍ରଚାର କରିବେ ନାହିଁ । ଏତେ ସବୁ ବେଆଇନ କାମର ପ୍ରମାଣ ଥାଇବି ରାଜ୍ୟ ସରକାର କାହିଁକି ନରମ ଅଛନ୍ତି ସେମାନଙ୍କ ଉପରେ । 

ଆଉ ଗୋଟିଏ ଦ୍ୱନ୍ଦାତ୍ମକ ତଥ୍ୟ ବି ଅଛି । କେନ୍ଦ୍ର ସରକାର କେତେ ତବଲିଗ ଜମାତି ନୂଆଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଫେରିଛନ୍ତି ସେମାନଙ୍କ ଯେଉଁ ତଥ୍ୟ ପ୍ରକାଶ କରିଥିଲେ ସେଥିରେ ଓଡିଶାକୁ ୧୧ ଜଣ ବିଦେଶି ତବଲିଗ ଥିବାର ଉଲ୍ଲେଖ୍ୟ ଥିଲା । ହେଲେ ରାଜ୍ୟ ସରକାର କିନ୍ତୁ ୭ ଜଣଙ୍କ କଥା କହିଲେ । ବାକି ୪ ଜଣ କୁଆଡେ ଗଲେ ? ସେମାନଙ୍କ ବିଷୟରେ ରାଜ୍ୟ ସରକାର କାହିଁକି କିଛି କହୁନାହାନ୍ତି । 

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କରୋନା ବିରୁଦ୍ଧରେ ଲଢେଇ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ବେଳେ ଆଇନ ଭାଙ୍ଗୁଥିବା ତବଲୀଗୀ ମାନଙ୍କ ବିରୁଦ୍ଧରେ କଡା କାର‌୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶ ପୋଲିସ ବହରାଇଚ ଜିଲ୍ଲାରେ ଆଇନ ଉଲ୍ଲଂଘନ କରିଥିବା ବିଦେଶୀ ତବଲୀଗୀ ମାନଙ୍କୁ ଜେଲକୁ ପଠାଇ ଦେଇଛି । ଏମାନଙ୍କର କ୍ବାରେଂଟାଇନ ସମାପ୍ତ ହେବା ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ଏହି ତବଲୀଗୀ ମାନଙ୍କୁ ଭିସା ଓ ପାସପୋର୍ଟ ନିୟମ ଉଲ୍ଲଂଘନରେ ଗିରଫ କରା ଯିବା ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏହି ୧୭ ଜଣ ଅଭିଯୁକ୍ତ ବିଦେଶୀ ତବଲୀଗୀ ଇଣ୍ଡୋନେସିଆ ଓ ଥାଇଲାଣ୍ଡର ନାଗରିକ । ଏମାନେ କ୍ବାରେଂଟାଇନରେ ଥିଲେ । କ୍ବାରେଂଟାଇନର ଅବଧି ସମାପ୍ତ ହେବା ମାତ୍ରେ ପୋଲିସ ତାଙ୍କୁ ଦେଶର ନିୟମ ଉଲ୍ଲଂଘନ ଅଭିଯୋଗରେ ଜେଲକୁ ପଠାଇ ଦେଇଛି । ହେଲେ ଓଡିଶା ରାଜ୍ୟ ସରକାରଙ୍କର ସେମାନଙ୍କ ପ୍ରତି ଏତେ ଦରଦ କାହିଁକି ?

ସେହିପରି ବିହାରରେ ବିଦେଶରୁ ଆସିଥିବା ତବଲୀଗୀ ଜମାତୀ ମାନଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ରାଜଧାନୀ ପାଟନାରେ ଇସଲାମର ପ୍ରଚାର ପାଇଁ ଆସିଥିବା ୧୭ ଜଣ ବିଦେଶୀଙ୍କୁ କ୍ବାରେଂଟାଇନ ସମୟ ଶେଷ ହେବା ପରେ ଗିରଫ କରି ଜେଲକୁ ପଠାଇ ଦିଆ ଯାଇଛି । କେନ୍ଦ୍ର  ଗୃହ ମନ୍ତ୍ରଣାଳୟର ଆଦେଶ ପରେ ଏହି ପଦକ୍ଷେପ ଉଠା ଯାଇଛି । ଏହି ସମସ୍ତ ତବଲୀଗୀ ଜମାତୀ କିର୍ଗିସ୍ତାନ, କଜାକିସ୍ତାନ ଓ ମାଲୟେସିଆର ଓ ଟୁରିଷ୍ଟ ଭିସାରେ ସେମାନେ ଭାରତ ଆସି ଇସଲାମର ପ୍ରଚାର କରୁଥିଲେ । ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ସେମାନଙ୍କର ଭିସା ଅବଧି ୩୦ ଜୁନ ଯାଏ ଥିଲା । ହେଲେ ସେମାନେ ପର‌୍ୟ୍ୟଟକ ଭିସାରେ ଆସି ଥିବାରୁ ଧର୍ମ ପ୍ରଚାର କରିବାର ଅଧିକାର ନ ଥିଲା । ତେଣୁ ତାଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆ  ଯାଇଛି । ଏହି ବିଦେଶୀ ମାନଙ୍କର ନମୁନା ତିନି ଥର ପରୀକ୍ଷା ପରେ ମଧ୍ୟ ନେଗେଟିଭ ଆସିଥିଲା । ଯଦି ଓଡିଶାରେ ରହିଥିବା ବିଦେଶିମାନଙ୍କର କରୋନା ନେଗେଟିଭ ବାହାରିଛି ତାହେଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । 

Author Image

Independence News

Recent Posts

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ