ରାହୁଲ ଗାନ୍ଧିଙ୍କ ଟୁଇଟ ‘ଭାରତ ଗୁରଜୁରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆସାମରେ ରାହୁଲ ଗାନ୍ଧିଙ୍କ ବିରୋଧରେ ୧,୫୦୦ଟି ଅଭିଯୋଗ ଦାଖଲ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାହୁଲ ଗାନ୍ଧିଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।
ଅଭିଯୋଗରେ ଅଭିଯୋଗକାରୀମାନେ କହିଛନ୍ତି ଯେ ରାହୁଲ ଗାନ୍ଧି ( Rahul Gandhi ) ଭାରତକୁ କଶ୍ମୀରରୁ କେରଳ ଓ ଗୁଜୁରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଅଛି ବୋଲି କହିଛନ୍ତି । କିନ୍ତୁ ସେ ପୂର୍ବ ଭାଗକୁ ଭାରତର ଅଂଶ ବୋଲି କହିନାହାନ୍ତି ( Assam Over Tweet Ignoring Northeast) ।
ରାହୁଲ ଗାନ୍ଧି ପରୋକ୍ଷ ଭାବେ ଚୀନକୁ ସମର୍ଥନ କରିଛନ୍ତି ବୋଲି ଅଭିଯୋଗ ହେଉଛି । ସୂଚନା ଯୋଗ୍ୟଯେ ଅରୁଣାଚଳପ୍ରଦେଶର କିଛି ଅଂଶକୁ ଚୀନ ନିଜର ବୋଲି ଦାବି କରୁଛି । ରାହୁଲ ଗାନ୍ଧି ବିଛିନ୍ନତାବାଦି ମାନସିକତା ଦେଖାଉଛନ୍ତି ।
ରାହୁଲ ଗାନ୍ଧି ଫେବୃଆରୀ ୧୦ରେ ଟୁଇଟ କରିଥିଲେ ‘‘ଆମର ଏକତାରେ ଶକ୍ତି, ସଂସ୍କୃତିରେ ଆମର ଏକତା, ବିବିଧତାରେ ଆମର ଏକତା, ଭାଷାରେ ଆମର ଏକତା, ଲୋକମାନେ ଆମର ଏକତା, ରାଜ୍ୟମାନେ ଆମର ଏକତା । କଶ୍ମୀରରୁ କେରଳ ପର୍ଯ୍ୟନ୍ତ ଗୁଜୁରାତରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଭାରତ ନିଜର ସମସ୍ତ ରଙ୍ଗରେ ଖୁବ ସୁନ୍ଦର ଅଟେ ( From Kashmir to Kerala. From Gujarat to West Bengal. India is beautiful in all its colours )। ଭାରତର ଆତ୍ମାକୁ ଅପମାନ କରନ୍ତୁ ନାହିଁ” ।