କଟକ ତୁଳସୀପୁର ଶ୍ରୀ ବିହାର କଲୋନୀରେ ରହୁଥିବା କନିକା ରାଜାଙ୍କ (Kanika King) ନାତୁଣୀ ବୋହୂଙ୍କୁ ତାଙ୍କ ନିଜ ପୁଅ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ପରେଶ କୁମାରୀ ଭଞ୍ଜଦେଓ (Paresh Bhanjadeo) ।
ସୂଚନା ଅନୁଯାୟୀ ପୁଅର ମାନସିକ ଅବସ୍ଥା ଠିକ ନଥିଲା । ସବୁବେଳେ ସେ ନିଜ ମାଆଙ୍କ ସହ ଝଗଡ଼ା କରୁଥିଲା । ଆଜି ସକାଳେ ମଧ୍ୟ ଘର ଉପର ମହଲାରେ କେହି ନଥିବା ବେଳେ ମାଆଙ୍କ ସହ ସେ ଝଗଡା କରିଥିଲା ପୁଅ । ଶେଷରେ ଉତକ୍ଷିପ୍ତ ହୋଇ ମାଆକୁ ବୀଭତ୍ସ ଭାବରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ମୃତକଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ । ହତ୍ୟାକାଣ୍ଡ (Kanika Murder Case) ପରେ ଫେରାର ହେଇଯାଉଥିବା ବେଳେ ପୋଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା । ପୋଲିସ (Odisha Police) ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।