ନୂଆଦିଲ୍ଲୀ, 18 ଜାନୁଆରୀ – ନିଜର ଫିଲ୍ମ ଲୁକାଛୁପି -2ର ଶୁଟିଂ ପାଇଁ ଇନ୍ଦୋର ଆସିଥିବା ସାରା ଅଲି ଖାନ ଇନ୍ଦୋରର ପ୍ରସିଦ୍ଧ ଖଜରାନା ଗଣେଶ ମନ୍ଦିର ପହଂଚି ଦର୍ଶନ କରିଛନ୍ତି । ତାଙ୍କ ସହ ତାଙ୍କର ମା ଅମୃତା ସିଂହ ମଧ୍ୟ ଅଛନ୍ତି । ମନ୍ଦିରର ପୂଜକ ତାଙ୍କୁ ଦର୍ଶନ କରାଇଥିଲେ । ସେ ପ୍ରଭୁ ଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ଓ ପୂଜକଙ୍କ ସହ ଫଟୋ ଉଠାଇଥିଲେ ।
ସାରା ନିଜର ଇନଷ୍ଟାଗ୍ରାମରେ ଖଜରାନା ମନ୍ଦିରର କିଛି ଫଟୋ ଶେୟାର କରିଥିଲେ । ଏହାର କିଛି ସମୟ ଭିତରେ ଏହି ଫଟୋ ଗୁଡିକ ଭାଇରାଲ ହେବାରେ ଲାଗିଥିଲା । ସେ ମନ୍ଦିର ପରିସରରେ ଅନ୍ୟ ମନ୍ଦିରରେ ମଧ୍ୟ ପୂଜାର୍ଚନା କରିଥିଲେ । ସେ ପ୍ରଭୁ ଗଣେଶଙ୍କ ସହ ସେଲଫି ମଧ୍ୟ ନେଇଥିଲେ ।
ସେ ତାଙ୍କର ମା ଅମୃତା ସିଂହଙ୍କ ସହ ଟ୍ରାଡିସନାଲ ଲୁକରେ ଦେଖା ଯାଉଛନ୍ତି । ଉଭୟ ମଥାରେ ଟୀକାର ଲଗାଇଥିଲେ । ସେମାନେ ନନ୍ଦୀ ହଲରେ ବସି ଓମ ନମଃ ଶିବାୟର ଜପ ମଧ୍ୟ କରିଥିଲେ ।